ରାଉରକେଲା: ସୁନ୍ଦରଗଡ଼ ବଣାଇ ରେଞ୍ଜର ଧରଣୀଧରପାଲି, ତଳିତା ସେକ୍ସନର ସିଂଟୋଲ୍ଲା, ଦେଓଗାଁ, ଜୀବିକା, ତଳିତା, ନୂଆପାଲି, ବଣ୍ଡ ଡ଼ିହି, ସମତେ ପ୍ରାୟ ୨୦ରୁ ଅଧିକ ଗାଁରେ ଦୁଇଟି ଦନ୍ତା ହାତୀ ଦୀର୍ଘ ଏକ ମାସ ଧରି ଉତ୍ପାତ ଚଳାଇଛି। ଗାଁରେ ପଶି ଘର ଭାଙ୍ଗିବା, ଧାନ ଖାଇବା ସହିତ ଘରର ଆସବାବପାତ୍ର ନଷ୍ଟ କରୁଛନ୍ତି। ଜମିର ପନିପରିବା ନଷ୍ଟ କରୁଥିବାରୁ ଅତିଷ୍ଟ ହୋଇ ପଡ଼ିଥିବା ଗ୍ରାମବାସୀ ରାସ୍ତାରୋକ କରିଥିଲେ। ବଣାଇ -ଜକେଇ କଲା ରାସ୍ତାରେ ନିଆଁ ଜାଳି ରାତି ସାରା ରାସ୍ତାରୋକ କରିଥିଲେ। ବନବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହେଉଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରେଞ୍ଜରଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ।

Advertisment

publive-image

ରାସ୍ତା ଅବରୋଧ ବେଳେ ଲୋକଙ୍କୁ ବୁଝାଇବା ଲାଗି ଘଟଣାସ୍ଥଳକୁ ଯାଇଥିବା ବେଳେ ରେଞ୍ଜର ଓ ଫରେଷ୍ଟରଙ୍କୁ ଉତ୍ତ୍ୟକ୍ତ ‌ଗ୍ରାମବାସୀ ଅଟକ ରଖିଥିବା ଜଣାଯାଇଛି।