ରାଉରକେଲା : ବାନ୍ଧମୁଣ୍ଡା କୁକୁଡ଼ା ଗେଟ ନିକଟରୁ ପୁଲିସ ଦୁଇ ଗୋରୁ ବୋଝେଇ ପିକଅପ୍‌ ଜବତ କରିଛି। ଏହି ଦୁଇ ପିକଅପ୍‌ରେ ୨୩ ଗୋରୁ ବୋଝେଇ ହୋଇ ବିଶ୍ରା ଗୁଦଗୁଡ଼ଜୋରକୁ ଯାଉଥିବା ସୂଚନା ରହିଛି। ବଜରଙ୍ଗ କର୍ମୀ ସୂଚନା ପାଇ କୁକୁଡ଼ା ଗେଟ ନିକଟରେ ଦୁଇ ଗାଡିକୁ ଅଟକାଇ ଥିଲେ। ପରେ ବାନ୍ଧମୁଣ୍ଡା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ଗାଡିକୁ ଜବତ କରିଛି। ଗୋରୁଗୁଡ଼ିକୁ ଉଦ୍ଧାର କରି ଗୋଶାଳାକୁ ପଠାଯାଇଛି। ସେପଟେ ଦୁଇ ପିକଅପରେ ଯାଉଥିବା ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ କି ଲାଠିକଟା, କୁତ୍ରା ସମେତ ଅନ୍ୟାନ୍ୟ ଅଞ୍ଚଳରୁ ଗୋରୁ ପିକଅପ୍‌ରେ ବୋଝେଇ କରି ବିଶ୍ରା ସମେତ ଝାରଖଣ୍ଡକୁ ଚାଲାଣ ହେଉଛି।