ରାଉରକେଲା : ବିଶ୍ୱ ପରିବେଶ ଦିବସରେ ରାଉରକେଲାରେ 'ସମ୍ବାଦ ସାହିତ୍ୟ ଘର'ର ଚାରା ରୋପଣ ଅଭିଯାନର ଶୁଭାରମ୍ଭ ହୋଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସେକ୍ଟର - ୫ ସ୍ଥିତ ପାର୍ଟି ଅଫିସ କ୍ୟାମ୍ପସ ପରିସରରେ ଫଳନ୍ତି ଚାରାରୋପଣ କରି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ବିଜେଡିର ନଗର ସଭାପତି ଗଗନ ପଣ୍ଡା, ବରିଷ୍ଠ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି, ଜ୍ୟୋସ୍ନା ନାୟକ, ମୀନକେତନ ନାୟକଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ସାମିଲ ହୋଇଥିଲେ।
/sambad/media/post_attachments/wp-content/uploads/2022/06/75c49199-7eda-4625-b51e-500f82dcf645-1024x768.jpg)
ବିଧାୟକ ଶ୍ରୀ ନାୟକ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ପରିବେଶ ଦିବସରେ ଏଭଳି ନିଆରା ପ୍ରୟାସ ନିଶ୍ଚିତ ଭାବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା। ସେହିପରି ସୁନ୍ଦରଗଡ଼ ଓ ଅନ୍ୟ ବ୍ଲକରେ ବିଧାୟକ ଓ ଅନ୍ୟମାନେ ଚାରାରୋପଣ କରି ଚାରାରୋପଣ ଅଭିଯାନର ଶୁଭାରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/86f34775-1b70-4254-8323-fb12a1fc75ad.jpg)