ରାଉରକେଲା: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାରେ ସୁନ୍ଦରଗଡ଼ ଜିଲ୍ଲାରେ କଳା ବର୍ଗରେ ପାସ୍‌ହାର ୭୮.୮୨% ରହିଥିବାବେଳେ ବିଜ୍ଞାନରେ ୭୧.୯୫%, ବାଣିଜ୍ୟରେ ୭୬.୯୪% ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍‌ହାର ୪୬.୪୦% ରହିଛି। ଜିଲ୍ଲାର ଅନ୍ୟ କଲେଜ ତୁଳନାରେ ଇସ୍ପାତସହରରେ ଥିବା ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ବିଶେଷକରି ରାଉରକେଲା ସରକାରୀ କଲେଜ, ମ୍ୟୁନିସିପାଲ କଲେଜ, ସୁଶୀଳାବତୀ ମହିଳା ବିଦ୍ୟାଳୟ, ଇସ୍ପାତ କଲେଜର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଉନ୍ନତ ରହିଛି।

Advertisment

ରାଉରକେଲା ସରକାରୀ କଲେଜ: ଏହି କଲେଜର ୧୭୦ ଜଣ ଛାତ୍ରଛାତ୍ରୀ କଳା ବର୍ଗରେ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୧୫୭ ଜଣ ପାସ୍‌ କରିଛନ୍ତି। ମୋଟ୍‌ ୬୩ ଜଣ ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଜାଳା ଜୟପୁରୀଆ ସର୍ବାଧିକ ୫୩୭ ମାର୍କ ରଖି କଲେଜ ଟପ୍ପର ହୋଇଥିବାବେଳେ ରିଷିକା କୁମାରୀ(୫୩୩)ଦ୍ବିତୀୟ ଓ ଆଶିକା ସାହୁ(୫୩୧) ତୃତୀୟ ସ୍ଥାନରେ ରହିଛନ୍ତି। ବିଜ୍ଞାନରେ ମୋଟ୍‌ ୩୬୮ ଜଣ ପରୀକ୍ଷା ଦେଇଥିବାବେଳେ ୨୪୭ ଜଣ ପାସ୍‌ କରିଛନ୍ତି। ୧୪୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସାହିବାନାଜ୍‌ ଖାତୁନ(୫୨୦) କଲେଜ ଟପ୍ପର ହୋଇଥିବାବେଳେ ପ୍ରିତେନ୍ସ ସାହୁ(୫୦୮) ଦ୍ବିତୀୟ ଓ ତୃପ୍ତିମୟୀ ମହାନ୍ତି(୫୦୧) ତୃତୀୟ ସ୍ଥାନରେ ରହିଛନ୍ତି। ବାଣିଜ୍ୟରେ ୧୩୫ ଜଣ ପରୀକ୍ଷା ଦେଇଥିବାବେଳେ ୧୨୭ ଜଣ ପାସ୍‌ କରିଛନ୍ତି। ଏମାନଙ୍କ ମଧ୍ୟରୁ ୭୯ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ସର୍ବାଧିକ ୫୫୨ ମାର୍କ ରଖି ସୁମନ ସେଠୀ କଲେଜ ଟପ୍ପର ହୋଇଥିବାବେଳେ ଚନ୍ଦନ ସିଂହ(୫୪୮) ଦ୍ବିତୀୟ ଓ ମୁକ୍ତି କୁମାରୀ(୫୪୪) ତୃତୀୟ ସ୍ଥାନରେ ରହିଛନ୍ତି।

ମ୍ୟୁନସିପାଲ କଲେଜ: ଏଥର କଳା ବର୍ଗରେ ୨୩୦ ଜଣ ପରୀକ୍ଷା ଦେଇଥିବାବେଳେ ୧୮୬ ଜଣ ପାସ୍‌ କରିଛନ୍ତି। ଏଥିମଧ୍ୟରୁ ୨୪ ଜଣ ପ୍ରଥମ ଶ୍ରେଣୀ, ୩୨ ଜଣ ଦ୍ବିତୀୟ ଶ୍ରେଣୀ ଓ ୨୩୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସର୍ବାଧିକ ୪୮୧ ମାର୍କ ରଖି ରାହୁଲ ଟେଟେ କଲେଜ ଟପ୍ପର ହୋଇଛନ୍ତି। ବିଜ୍ଞାନରେ ୨୩୪ ଜଣ ପରୀକ୍ଷା ଦେଇଥିବାବେଳେ ୧୩୮ ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୨୪ ଜଣ, ଦ୍ବିତୀୟ ଶ୍ରେଣୀରେ ୮୧ ଓ ତୃତୀୟ ଶ୍ରେଣୀରେ ୩୩ ଜଣ ପାସ୍‌ କରିଛନ୍ତି। ୪୪୮ ମାର୍କ ରଖି ଶୁଭମ ପଣ୍ଡିତ କଲେଜ ଟପ୍ପର ହୋଇଛନ୍ତି। ସେହିଭଳି ବାଣିଜ୍ୟରେ ୨୪୯ ଜଣ ପରୀକ୍ଷା ଦେଇଥିବାବେଳେ ୨୪୬ ଜଣ ପାସ୍‌ କରିଛନ୍ତି। ୧୩୭ ଜଣ ପ୍ରଥମ, ୪୯ ଜଣ ଦ୍ବିତୀୟ ଓ ୬୦ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୫୨୨ ମାର୍କ ରଖି ସ୍ନେହା ସିଂହ କଲେଜ ଟପ୍ପର ହୋଇଛନ୍ତି।

ସୁଶୀଳାବତୀ ମହିଳା ମହାବିଦ୍ୟାଳୟ: ଏଥର କଳାରେ ମୋଟ୍‌ ୪୪୬ ଜଣ ପରୀକ୍ଷା ଦେଇଥିବାବେଳେ ୪୦୧ ଜଣ ପାସ୍‌ ଓ ୪୫ ଜଣ ଫେଲ୍‌ ହୋଇଛନ୍ତି। ୬୬ ଜଣ ପ୍ରଥମ, ୮୨ ଜଣ ଦ୍ବିତୀୟ ଓ ୨୪୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସର୍ବାଧିକ ୫୦୩ ମାର୍କ ରଖି ସିମ୍ରନ ପରୱିନ କଲେଜ ଟପ୍ପର ହୋଇଛନ୍ତି। ସେହିଭଳି ବିଜ୍ଞାନରେ ୩୦୧ ଜଣ ପରୀକ୍ଷା ଦେଇଥିବାବେଳେ ୧୪୩ ଜଣ ପାସ୍‌ ଓ ୧୫୮ ଜଣ ଫେଲ୍‌ ହୋଇଛନ୍ତି। ଏଥିମଧ୍ୟରୁ ୨୨ ଜଣ ପ୍ରଥମ ଶ୍ରେଣୀ, ୬୪ ଜଣ ଦ୍ବିତୀୟ ଓ ୫୩ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସର୍ବାଧିକ ୫୦୬ ମାର୍କ ରଖି ଅର୍ପିତା ସାହୁ କଲେଜ ଟପ୍ପର ହୋଇଛନ୍ତି।

ରାଉରକେଲା କଲେଜ: ଏଥର ମୋଟ୍‌ ୪୧୦ ଜଣ ପରୀକ୍ଷା ଦେଇଥିବାବେଳେ ୩୧୭ ଜଣ ପାସ୍‌ ଓ ୯୩ ଜଣ ଫେଲ୍‌ ହୋଇଛନ୍ତି। ଏଥିମଧ୍ୟରୁ ୧୩ ଜଣ ପ୍ରଥମ, ୩୨ ଜଣ ଦ୍ବିତୀୟ ଓ ୨୬୭ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସର୍ବାଧିକ ୪୭୪ ମାର୍କ ରଖି ଉମ୍ମେୟ ଆଦିବା କଳାରେ କଲେଜ ଟପ୍ପର ହୋଇଛନ୍ତି। ବିଜ୍ଞାନରେ ୧୦୫ ଜଣ ପରୀକ୍ଷା ଦେଇଥିବାବେଳେ ୯୫ ଜଣ ପାସ୍‌ ଓ ୧୦ ଜଣ ଫେଲ୍‌ ହୋଇଛନ୍ତି। ଜଣେ ବି ପରୀକ୍ଷାର୍ଥୀ ପ୍ରଥମ‌ ଶ୍ରେଣୀ ପାଇନଥିବାବେଳେ ୧୦ ଜଣ ଦ୍ବିତୀୟ ଓ ୮୫ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୩୨୩ ମାର୍କ ରଖି ସାଇ ପ୍ରଦ୍ୟୁମ୍ନ ସାମଲ କଲେଜ ଟପ୍ପର ହୋଇଛନ୍ତି। ବାଣିଜ୍ୟରେ ୧୧୯ ଜଣ ପରୀକ୍ଷା ଦେଇଥିବାବେଳେ ୧୧୭ ଜଣ ପାସ୍‌ ଓ ୨ ଜଣ ଫେଲ୍‌ ହୋଇଛନ୍ତି। ୪୧ ଜଣ ପ୍ରଥମ ଶ୍ରେଣୀ, ୨୮ ଜଣ ଦ୍ବିତୀୟ ଓ ୪୮ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଅର୍ମାନ ରାଜା ସର୍ବାଧିକ ୫୦୧ ମାର୍କ ରଖି କଳେଜ ଟପ୍ପର ହୋଇଛନ୍ତି।

ଇସ୍ପାତ କଲେଜ: ଏଥର କଳାରେ ୧୩୭ ଜଣ ପରୀକ୍ଷା ଦେଇଥିବାବେଳେ ୧୦୬ ଜଣ ପାସ୍‌ ଓ ୩୧ ଜଣ ଫେଲ୍‌ ହୋଇଛନ୍ତି। ୧୫ ଜଣ ପ୍ରଥମ, ୧୦ ଜଣ ଦ୍ବିତୀୟ ଓ ୮୧ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବିଜ୍ଞାନରେ ୨୧୩ ଜଣ ପରୀକ୍ଷା ଦେଇଥିବାବେଳେ ୮୪ ଜଣ ପାସ୍‌ ଓ ୧୨୯ ଜଣ ଫେଲ୍‌ ହୋଇଛନ୍ତି। ୯ ଜଣ ପ୍ରଥମ ଶ୍ରେଣୀ, ୩୭ ଜଣ ଦ୍ବିତୀୟ ଓ ୩୬ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସେହିଭଳି ବାଣିଜ୍ୟରେ ୨୪୭ ଜଣ ପରୀକ୍ଷା ଦେଇଥିବାବେଳେ ୧୯୭ ଜଣ ପାସ୍‌ ଓ ୫୦ ଜଣ ଫେଲ୍‌ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୨୬ ଜଣ ପାସ୍‌ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ ୪୩ ଓ ତୃତୀୟ ଶ୍ରେଣୀରେ ୧୨୪ ଜଣ ପାସ୍‌ କରିଛନ୍ତି।

ହୃଷୀକେଶ ରାୟ କଲେଜ: ଏଥର କଳାରେ ୨୭୧ ଜଣ ପରୀକ୍ଷା ଦ‌େଇଥିବାବେଳେ ୧୮୦ ଜଣ ପାସ୍‌ ଓ ୮୮ ଜଣ ଫେଲ୍‌ ହୋଇଛନ୍ତି। ୫ ଜଣ ପ୍ରଥମ ଶ୍ରେଣୀ, ୧୭ ଜଣ ଦ୍ବିତୀୟ ଓ ୧୫୮ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବିଜ୍ଞାନରେ ୭୭ ଜଣ ପରୀକ୍ଷା ଦେଇଥିବାବେଳେ ୩୦ ଜଣ ପାସ୍‌ ଓ ୩୯ ଜଣ ଫେଲ୍‌ ହୋଇଛନ୍ତି। କେବଳ ଜଣେ ପ୍ରଥମ ଶ୍ରେଣୀ ପାଇଥିବାବେଳେ ୬ ଜଣ ଦ୍ବିତୀୟ ଓ ୨୨ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସେହିଭଳି ବାଣିଜ୍ୟରେ ୧୧୪ ଜଣ ପରୀକ୍ଷା ଦେଇଥିବାବେଳେ ୫୩ ଜଣ ପାସ୍‌ ଓ ୫୯ ଜଣ ଫେଲ୍‌ ହୋଇଛନ୍ତି। ୫ ଜଣ ପ୍ରଥମ, ୧୪ ଜଣ ଦ୍ବିତୀୟ ଓ ୩୩ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି।

ବନ୍ଧମୁଣ୍ଡା କଲେଜ: ଏହି କଲେଜରେ କଳା ବର୍ଗରେ ୨୬୧ ଜଣ ପରୀକ୍ଷା ଦେଇଥିବାବେଳେ ୧୭୦ ଜଣ ପାସ୍‌ ଓ ୯୧ ଜଣ ଫେଲ୍‌ ହୋଇଛନ୍ତି। ୧୨ ଜଣ ପ୍ରଥମ, ୧୭ ଜଣ ଦ୍ବିତୀୟ ଓ ୧୩୫ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବାଣିଜ୍ୟରେ ୧୧୪ ଜଣ ପରୀକ୍ଷା ଦେଇଥିବାବେଳେ ୮୪ ଜଣ ପାସ୍‌ ଓ ୩୦ ଜଣ ଫେଲ୍‌ ହୋଇଛନ୍ତି। ୧୩ ଜଣ ପ୍ରଥମ, ୧୧ ଜଣ ଦ୍ବିତୀୟ ଓ ୬୦ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବିଜ୍ଞାନରେ ୬୯ ଜଣ ପରୀକ୍ଷା ଦେଇଥିବାବେଳେ ୪୦ ଜଣ ପାସ୍‌ ଓ ୨୯ ଜଣ ଫେଲ୍‌ ହୋଇଛନ୍ତି। ୫ ଜଣ ପ୍ରଥମ, ୧୨ ଜଣ ଦ୍ବିତୀୟ ଓ ୨୦ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି।

ବେଦବ୍ୟାସ ମହାବିଦ୍ୟାଳୟ: ଏଥର କଳା ବର୍ଗରେ ୨୬୮ ଜଣ ପରୀକ୍ଷା ଦେଇଥିବାବେଳେ ୧୭୦ ଜଣ ପାସ୍‌ ଓ ୯୮ ଜଣ ଫେଲ୍‌ ହୋଇଛନ୍ତି। ୧୫ ଜଣ ପ୍ରଥମ ଶ୍ରେଣୀ, ୧୪ ଜଣ ଦ୍ବିତୀୟ ଓ ୧୩୫ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସର୍ବାଧିକ ୪୯୨ ମାର୍କ ରଖି ଷ୍ଟାନିସ୍‌ଲାସ୍‌ ତିର୍କି କଲେଜ ଟପ୍ପର ହୋଇଛନ୍ତି। ବାଣିଜ୍ୟରେ ୨୨୬ ଜଣ ପରୀକ୍ଷା ଦେଇଥିବାବେଳେ ୮୮ ଜଣ ପାସ୍‌ ଓ ୧୩୮ ଜଣ ଫେଲ୍‌ ହୋଇଛନ୍ତି। ୯ ଜଣ ପ୍ରଥମ, ୧୪ ଜଣ ଦ୍ବିତୀୟ ଓ ୬୦ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଅଞ୍ଜଳି ସିଂହ ୪୦୮ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି। ବିଜ୍ଞାନରେ ୧୦୩ ଜଣ ପରୀକ୍ଷା ଦେଇଥିବାବେଳେ ୩୦ ଜଣ ପାସ୍‌ ଓ ୭୩ ଜଣ ଫେଲ୍‌ ହୋଇଛନ୍ତି। ୨ ଜଣ ପ୍ରଥମ, ୧୨ ଜଣ ଦ୍ବିତୀୟ ଓ ୧୩ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୩୭୨ ମାର୍କ ରଖି ପ୍ରେମଶୀଳା ଓରାମ ବିଜ୍ଞାନ ଟପ୍ପର ହୋଇଛନ୍ତି।

ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ: ଏଥର କଳାରେ ମୋଟ୍‌ ୧୯୩ ଜଣ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୬ ଜଣ ପ୍ରଥମ ଶ୍ରେଣୀ, ୧୬ ଜଣ ଦ୍ବିତୀୟ ଶ୍ରେଣୀ ଓ ୧୩୬ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୪୨୧ ମାର୍କ ରଖି ସଞ୍ଜନା ରାୟ କଲେଜ ଟପ୍ପର ହୋଇଛନ୍ତି। ବିଜ୍ଞାନରେ ୩୦ ଜଣ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୪ ଜଣ ଦ୍ବିତୀୟ ଶ୍ରେଣୀ ଓ ୯ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ସର୍ବାଧିକ ୩୩୮ ମାର୍କରଖି ଅଞ୍ଜୁ ସିନ୍ଦୁର ବିଜ୍ଞାନ ଟପ୍ପର ହୋଇଛନ୍ତି।

ନୀଳଶୈଳ ମହାବିଦ୍ୟାଳୟ: ଏହି କଲେଜରେ କଳା ବର୍ଗରେ ପାସ୍‌ ହାର ୭୦.୮୩% ରହିଛି। ଜଣେ ବି ପ୍ରଥମ ଶ୍ରେଣୀ ପାଇନଥିବାବେଳେ ୧ ଜଣ ଦ୍ବିତୀୟ ଓ ୩୩ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବିଜ୍ଞାନରେ ଫଳ ନୈରାଶ୍ୟଜନକ ରହିଛି। ଏଠାରେ ବଜ୍ଞାନରେ ପାସ୍‌ହାର ମାତ୍ର ୭.୬୯% ରହିଛି। ମୋଟ୍‌ ୧୩ ଜଣ ପରୀକ୍ଷା ଦେଇଥିବାବେଳେ ୧ ଜଣ ପାସ୍‌ ଓ ୧୨ ଜଣ ଫେଲ୍‌ ହୋଇଛନ୍ତି। ବାଣିଜ୍ୟରେ ପାସ୍‌ ହାର ୬୮.୭୫% ରହିଛି। ୧୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧ ଜଣ ପାସ୍‌ କରିଥିବାବେଳେ ୩ ଜଣ ଫେଲ୍‌ ଓ ୨ ଜଣ ଅନୁପସ୍ଥିତ ରହିଥିଲେ। କେବଳ ଜଣେ ପ୍ରଥମ ଶ୍ରେଣୀ ଓ ୧୦ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି।