କୂଅ ପାଣିରେ ବିଷ ! ଆତଙ୍କିତ ବସ୍ତି ବାସିନ୍ଦା

ରାଉରକେଲା : ରାଉରକେଲା ଗୋପବନ୍ଧୁପାଲିର ଅମରନାଥ ବସ୍ତିରେ ଥିବା ଏକ କୂଅ ପାଣିରେ କେହି ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବସ୍ତିରେ ଉତ୍ତେଜନା ଦେଖା ଦେଇଛି l ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି | ସନ୍ଦେହରେ ଜଣେ ମହିଳାକୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି l

କୂଅର ପାଣି ଯେପରି କେହି ବ୍ୟବହାର କରି ନ ପାରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ପାଣିର ସାମ୍ପଲ ପରୀକ୍ଷା ଲାଗି ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। କୂଅର ପାଣି ବାହାର କରିବାକୁ ଅଗ୍ନିଶମ ବିଭାଗକୁ ଡକାଯାଇଛି ।

ତେବେ କୂଅରେ କିଏ ବିଷ ପକାଇଲା କିଏ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ବସ୍ତିରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି l ବସ୍ତିର ଏହି ୭୦ ବର୍ଷ ର ପୁରାତନ କୂଅ ଉପରେ ପ୍ରାୟ ଦେଢ ହଜାର ପରିବାର ନିର୍ଭର କରନ୍ତି l

ସମ୍ବନ୍ଧିତ ଖବର