ରାଉରକେଲା: ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କ ଠାରୁ ୧୫ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ରାଉରକେଲା ସାଇବର ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡର ମହମ୍ମଦ ଆରିଫ ଅନସାରୀ, ମହମ୍ମଦ ରଜାଉଳ ଓ ଜାମସେଦ ଅନସାରୀ। ଏମାନଙ୍କଠାରୁ ନଗଦ ୭୮୦୦ ଟଙ୍କା ସହ ମୋବାଇଲ୍ ଫୋନ, ଆଧାର କାର୍ଡ, ପାନ କାର୍ଡ, ସିମକାର୍ଡ ଆଦି ଜବତ ହୋଇଛି। ଗତ ଡିସେମ୍ବର ୨ ତାରିଖରେ କୁତ୍ରାର ନଳିନ୍ଦ୍ର ଟପୋଙ୍କଠାରୁ ଅନଲାଇନରେ ଏହି ଠକେଇ ହୋଇଥିଲା।
ଝାଡ଼ଖଣ୍ଡରୁ ଧରାପଡ଼ିଲେ ସାଇବର ଠକ୍, ଠକିଥିଲେ ୧୫ ଲକ୍ଷ ୬୦ ହଜାର ଟଙ୍କା
/sambad/media/post_attachments/wp-content/uploads/2022/07/41c6fbaa-ce5b-40f5-a424-9dcf60700ee4.jpg)