ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପୁଲିସ୍‌ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କୋରାପୁଟ ପୁଲିସ ପଡ଼ିଆରେ ପୁଲିସ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ଏଠା‌ରେ ମୁଖ୍ୟ ଅତିଥି ଭାଵେ ଡିଆଇଜି ରାଜେଶ ପଣ୍ଡିତ ଯୋଗ ଦେଇ ପୁଲିସ ବାହିନୀଙ୍କ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ଏସ୍‌ପି ବରୁଣ ଗୁଣ୍ଟୁପାଲି ପୁଲିସକୁ ନିଷ୍ଠାର ସହ ସେଵା ମନୋଭାଵ ନେଇ କାମ କରିବାକୁ ଆହ୍ବାନ ଜଣାଇଛନ୍ତି। ଉତ୍ସବରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କିଛି ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Advertisment

publive-image

ସେହିପରି ରାଉରକେଲାର ରିଜର୍ଭ ପୁଲିସ ପଡ଼ିଆରେ ଜିଲ୍ଲା ପୁଲିସ ପକ୍ଷରୁ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାଵେ ପଶ୍ଚିମ ଓଡ଼ିଶା ଆଇଜି କବିତା ଜଲାନ ଯୋଗ ଦେଇ ପୁଲିସ ବାହିନୀଙ୍କ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ଏସ୍‌ପି‌ ମୁକେଶ କୁମାର ଭାମୁ ପୁଲିସମାନଙ୍କୁ ନିଷ୍ଠାର ସହ କାମ କରିବାକୁ ଆହ୍ବାନ ଜଣାଇଛନ୍ତି। ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କିଛି ପୁଲିସ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଭୁବନେଶ୍ବର, ସୁନ୍ଦରଗଡ଼, ପୁରୀ ବାଲେଶ୍ବର ଆଦି ସ୍ଥାନରେ ମଧ୍ୟ ପୁଲିସ୍‌ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।