ରାଉରକେଲା: ଆସନ୍ତା ୨୦ ତାରିଖରେ ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ସୁନ୍ଦରଗଡ଼ ଜିଲ୍ଲାର ସାତ ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ମତଦାନ ହେବାକୁ ଯାଉଛି। ଆଜି ରାଉରକେଲା, ବୀରମିତ୍ରପୁର, ରଘୁନାଥପାଲି, ବଣାଇ, ରାଜଗାଙ୍ଗପୁର, ତଳସାରା ଓ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ହୋଇଥିବା ମତଦାନ କେନ୍ଦ୍ରକୁ ବାହାରିଛନ୍ତି ପୋଲିଂ ଟିମ୍। ମତଦାନ ପାଇଁ ଆବଶ୍ୟକ ସାମଗ୍ରୀ ଓ ଇଭିଏମ ଧରି ମତଦାନ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି।

Advertisment

publive-image

ଏଣେ ଚଳିତ ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମରେ ସାମିଲ ହୋଇଛନ୍ତି ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀ ଏବଂ ଆରଏମସି ସଫେଇ କର୍ମଚାରୀମାନେ। ସେମାନେ ଆସନ୍ତା ମେ୨୦ରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।