ନୀଳଗିରି ସାମ୍ବାଦିକଙ୍କ ପ୍ରତି ପୁଲିସର ଅମାନୁଷିକ ଆଚରଣ: ଥାନାଧିକାରୀଙ୍କ ବହିଷ୍କାର ଦାବି

ସୁନ୍ଦରଗଡ଼: ବାଲେଶ୍ବର ଜିଲ୍ଲା ନୀଳଗିରି ପୁଲିସ କ୍ଷମତାର ଅପବ୍ୟବହାର କରି ସମ୍ବାଦ ଓ କନକ ନ୍ୟୁଜ୍ ସାମ୍ବାଦିକଙ୍କ ପ୍ରତି ଅମାନୁଷିକ ଓ ବର୍ବର ଆଚରଣ ପ୍ରଦର୍ଶନ କରିଥିଲେ। ଘଟଣାକୁ ସାରା ରାଜ୍ୟର ସାମ୍ବାଦିକ ଓ ବିଭିନ୍ନ ଅନୁଷ୍ଠାନ ପ୍ରତିବାଦ କରିଛନ୍ତି। ଏହି କ୍ରମରେ ଆଜି ସୁନ୍ଦରଗଡ଼ ପ୍ରେସ କ୍ଲବ୍ ଓ ସାମ୍ବାଦିକମାନେ କଳା ବ୍ୟାଜ୍ ପରିଧାନ କରି ଏହାର ଦୃଢ ନିନ୍ଦା କରିଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ଥାନାଧିକାରୀଙ୍କୁ ତୁରନ୍ତ ନିଲମ୍ବନ ଓ ତାଙ୍କ ନାମରେ ମାମଲା ରୁଜୁ କରିବାକୁ ଦାବି ଜଣାଇଥିଲେ। ଅନ୍ୟଥା ସାମ୍ବାଦିକମାନେ ରାଜରାସ୍ତାକୁ ଆସି ଏହାର ପ୍ରତିବାଦ ଜାରି ରଖିବେ ବୋଲି ଚେତାବନୀ ଦେଇଥିଲେ।

 

ଏହି ଅବସରରେ ପ୍ରେସ୍ କ୍ଲବ୍ କାର୍ଯ୍ୟାଳୟରୁ ସାମ୍ବାଦିକମାନେ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ପ୍ରେସ କ୍ଲବ୍ ସଭାପତି ସୁନୀଲ ସିହ୍ନା, ସମ୍ପାଦକ ଦେବାଶିଷ କବି, କାର୍ଯ୍ୟକାରୀ ସଭାପତି ମହମ୍ମଦ ସବୀର, ବିଜୟ ବରୁଆ, ଡମ୍ବରୁଧର ନାୟକ, ସୁଜିତ ସା, ଜୟନାରାୟଣ ମେଣ୍ଡୁଲି, ଜୟକୃଷ୍ଣ ସେଠ, ବିଶ୍ବରଞ୍ଜନ ହୋତା, ପପୁ ପ୍ରସାଦ ସିଂ, କିଶୋର ନାଏକ, ରବି ତନ୍ତୀ ଓ ଉପେନ୍ଦ୍ର ମହାରଣା ପ୍ରମୁଖ ପ୍ରତିବାଦରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର