ସୁନ୍ଦରଗଡ଼: ଅହେତୁକ ଦରଦାମ ବୃଦ୍ଧି, ମୁଢି ଉପରେ ଜିଏସଟି, ପେଟ୍ରୋଲ, ଡିଜେଲ ସହ ଇନ୍ଧନ ଗ୍ୟାସର ଦାମ ବୃଦ୍ଧି, ଚାଷୀ ମାରଣ ନୀତି ସହ ନିଯୁକ୍ତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ।। ସ୍ଥାନୀୟ ଡିଆରଡିଏ ଛକରେ ଦଳ ପକ୍ଷରୁ ଏକ ବିକ୍ଷୋଭ ସମାବେଶ କରାଯିବା ସହ ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି, ସେତେଦିନ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ଏହି ଭଳି ଆନ୍ଦୋଳନ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା।
ଜିଲ୍ଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ, ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା, ପିସିସି ସାଧାରଣ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ, ଦେବସ୍ମିତା ସାମଲ, ଅଜିତ ପ୍ରସାଦ, ନାରୀନେତ୍ରୀ ଅମିତା ବିଶ୍ବାଳ, ଯୁବନେତା ନେପାଳ ସାହୁ, ସଂଜୟ ସାହୁ, ମଣ୍ଟି ରକ୍ସାଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/1ea204dd-4d28-4ea2-8512-72489b0ef40c.jpg)