ରାଉରକେଲା: ରାଉରକେଲାରେ ହଇଜା ମୃତ୍ୟୁକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ଆରଏମସି ଅଫିସ ଆଗରେ ନେତା ଓ କର୍ମୀମାନେ ହଇଜା ରୋଗୀ ହୋଇ ଧାରଣା ଦେଇଛନ୍ତି। ହଇଜାରେ ମୃତ ପରିବାରଙ୍କୁ ୨୦ ଲକ୍ଷ ଟଙ୍କା ସହାୟତା ଓ ଚିକିତ୍ସିତ ରୋଗୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

Advertisment

publive-image

ଜିଲ୍ଲା ସଭାପତି ରଶ୍ମି ପାଢ଼ୀଙ୍କ ନେତୃତ୍ୱରେ ଆରଏମସି ଅଫିସ ଆଗରେ ତିନି ଶହରୁ ଅଧିକ ନେତା ଓ କର୍ମୀ ଧାରଣା ଦେଇଛନ୍ତି। ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ବରିଷ୍ଠ ନେତା ବିରେନ ସେନାପତି, ରବି ରାୟ, ସବୀର ହୁସେନ, ଦେବବ୍ରତ ବିହାରୀ, ଉମେଶ ଶରଣ, କୀର୍ତନ ଦାସ, ପ୍ରବୋଧ ଦାସ, ଜ୍ଞାନ ଦାସ ଓ ସୂର୍ଯ୍ୟକାନ୍ତ ବାରିକ ପ୍ରମୁଖ ସାମିଲ ଅଛନ୍ତି।