ସ୍କୁଲ ଖେଳପଡିଆ ଘେରାବନ୍ଦୀକୁ ବିରୋଧ, ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

ରାଉରକେଲା : ବନ୍ଧମୁଣ୍ଡା ଦଲପୋଷ ହାଇସ୍କୁଲ ପଡିଆ ଘେରାବନ୍ଦୀକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କଡା ବିରୋଧ କରାଯାଇଛି l ସ୍କୁଲ ପିଲା, ସ୍ଥାନୀୟ ବାସିନ୍ଦାଙ୍କ ବ୍ୟବହାରରେ ଆସୁଥିବା ପଡିଆକୁ ଜଣେ ବ୍ୟକ୍ତି ଅକ୍ତିଆର କରିବାରୁ ଉତ୍ତେଜନା ଦେଖାଦେଇଛି l କୌଣସି ପରିସ୍ଥିତିରେ ପଡିଆକୁ ଅନ୍ୟ କାହାକୁ ଦିଆଯିବ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି l ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି l ତହସିଲଦର, ଥାନା ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛାନ୍ତି l

ସମ୍ବନ୍ଧିତ ଖବର