ରାଉରକେଲା: କରୋନା ପୂର୍ବରୁ କଲୁଙ୍ଗା ଷ୍ଟେସନ ରହୁଥିବା ପାଞ୍ଚ ଟ୍ରେନର ରହଣି ଦାବିରେ କଲୁଙ୍ଗା ବିକାଶ ପରିଷଦ ପକ୍ଷରୁ ରେଳରୋକ କରାଯାଇଛି l ବିକାଶ ପରିଷଦର ସଭାପତି ହିରନ ସିଂହଦେଓ, ଉପସଭାପତି ସଂଜିତ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ରେଳ ଲାଇନରେ ଧାରଣା ଦେଇଛନ୍ତି l

Advertisment

ରେଳରୋକ ହେତୁ ସେଠାରେ ତପସ୍ୱିନୀ ଏକ୍ସପ୍ରେସ ସମେତ ଦୁଇଟି ମାଲଗାଡ଼ି ଅଟକି ରହିଛି l ପୁଲିସ ଓ ରେଳବାଇ ବରିଷ୍ଠ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ରେଳ ଧାରଣରୁ ହଟିଯିବାକୁ ବୁଝାସୁଝା କରୁଛନ୍ତି l ମାତ୍ର ବର୍ତ୍ତମାନ ସୁଦ୍ଧା କିଛି ସୁଫଳ ମିଳିନାହିଁ l ଦାବି ମୁତାବକ ପୂର୍ଵ ପରି ତପସ୍ୱିନୀ ଏକ୍ସପ୍ରେସ, ସମଲେଶ୍ୱରୀ ଏକ୍ସପ୍ରେସ, ସାଉଥ ବିହାର ଓ ଟାଟା ଏତୱାରୀ ଏକ୍ସପ୍ରେସ ଏଠାରେ ରହଣି ସହ ଫୁଟ ଓଭର ନିର୍ମାଣ  କରାଯାଉ।