ରାଉରକେଲା : ନୂଆଗାଁ ଷ୍ଟେସନରେ ପୂର୍ବପରି ତପସ୍ୱିନୀ ଓ ଜାମୁତାବି ଟ୍ରେନ ରହଣି ଦାବିରେ ତାତିଥିଲେ ସ୍ଥାନୀୟ ଅଂଚଳର ବାସିନ୍ଦା।  ସକାଳ ପ୍ରାୟ ୭ଟା ସମୟରେ କୁଆଁରମୁଣ୍ଡା ଓ ନୂଆଗାଁର ୫୦୦ରୁ ଅଧିକ ବିକ୍ଷୋଭକାରୀ ନୂଆଗାଁ ଷ୍ଟେସନ ନିକଟ ରେଳ ଲାଇନରେ ଧାରଣାରେ ବସିଥିଲେ। ଏହି ସମୟରେ ରାଉରକେଲାରୁ ହଟିଆ ଯାଉଥିବା ତପସ୍ୱିନୀ ଏକ୍ସପ୍ରେସକୁ ପ୍ରାୟ ୪୫ ମିନିଟ ଅଟକାଇଥିଲେ।  ଦାବି ପୂରଣ ନ ହେଵା ପର୍ଯ୍ୟନ୍ତ ଟ୍ରେନକୁ ଛାଡ଼ିବେ ନାହିଁ ବୋଲି ଜିଦ ଧରିଥିଲେ।

Advertisment

publive-image

ରେଳବାଇ ଡିଏସପି ଓ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ରେଳ ଧାରଣରୁ ହଟିଯିବାକୁ ବୁଝାସୁଝା କରୁଥିଲେ। କିଛି ସୁଫଳ ନ ହେବାରୁ ଚକ୍ରଧରପୁର ଡିଆରଏମ ଓ ଏଆରଏମ ଆସି କଥା ହେବାକୁ ପ୍ରତିଶ୍ରୁତି ମିଳିବା ପରେ ରେଳ ଧାରଣରୁ ବିକ୍ଷୋଭକାରୀ ହଟିଥିଲେ ଏବଂ ତପସ୍ୱିନୀ ଏକ୍ସପ୍ରେସକୁ ଛାଡ଼ିଥିଲେ। ରେଳ ଧାରଣରୁ ହଟିବା ପରେ ବିକ୍ଷୋଭକାରୀମାନେ ଷ୍ଟେସନ ଆଗରେ ଧାରଣା ଜାରି ରଖିଛନ୍ତି।

ଉଲ୍ଲେଖଯୋଗ୍ୟ କରୋନା ପୂର୍ବରୁ ନୂଆଗାଁ ଷ୍ଟେସନରେ ଉଭୟ ତପସ୍ୱିନୀ ଓ ଜାମୁତାବି ଏକ୍ସପ୍ରେସ ଟ୍ରେନ ରହୁଥିଲା। ଏବେ ଦୁଇଟି ଟ୍ରେନର ରହଣି ନ ଥିବାରୁ ସ୍ଥାନୀୟ ଅଂଚଳର ଶତାଧିକ ଯାତ୍ରୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।  ପ୍ରାୟ ୩୫ କିମି ଦୂର ରାଉରକେଲା ଷ୍ଟେସନକୁ ଯିବାକୁ ‌ସେମାନେ ବାଧ୍ୟ ହେଉଛନ୍ତି।