ତାଳଚେର-ବିମଳଗଡ଼ ରେଳପଥ କାମ ସାରିବା ଦାବିରେ ରାଉରକେଲାରେ ରେଳରୋକୋ

ରାଉରକେଲା: ବହୁପ୍ରତୀକ୍ଷିତ ତାଳଚେର-ବିମଳଗଡ଼ ନିର୍ମାଣ କାମ ସାରିବା ଦାବିରେ ରେଳ ସଂଗ୍ରାମ ସମିତି ପକ୍ଷରୁ ପାନପୋଷ ଷ୍ଟେସନରେ ରେଳରୋକୋ କରାଯାଇଥିଲା। ସମିତିର ବିଷ୍ଣୁ ମହାନ୍ତି, ହରିହର ରାଉତରାୟ, ଏ. ବିଶ୍ୱାଳ ଓ ରମେଶ ବଳଙ୍କ ନେତୃତ୍ବରେ ଶତାଧିକ କର୍ମୀ ରେଳରୋକୋ କରିଥିଲେ। ମାଲବାହୀ ଟ୍ରେନ ଆଗରେ ଛିଡ଼ା ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବିରୋଧୀ ନାରା ଦେଇଥିଲେ। ଚଳିତ ବଜେଟରେ ମାତ୍ର ଦଶ କୋଟି ଅର୍ଥ ବରାଦ, ୫୩ ବର୍ଷ ମଧ୍ୟରେ ଅର୍ଦ୍ଧାଧିକ କାମ ସରି ନ ଥିବାରୁ ସମିତିର ସଦସ୍ୟମାନେ ରାଜ୍ୟ ଓ କେନ୍ଦ୍ରର ଅବହେଳାକୁ ଦାୟୀ କରିଥିଲେ।

୨୦୨୨ ସୁଦ୍ଧା ରେଳପଥ କାମ ନ ସରିଲେ ଆସନ୍ତା ଅଗଷ୍ଟ ମାସରେ ଅର୍ଥନୈତିକ ଅବରୋଧକୁ ଜୋରଦାର କରିବାକୁ ସମିତି ଚେତାବନୀ ଦେଇଛି। ସେପଟେ ମୁମ୍ବାଇ -ହାୱାଡା ମୁଖ୍ୟ ରେଳ ମାର୍ଗରେ ରେଳରୋକୋ ଯୋଗୁ ରେଳ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

 

ସମ୍ବନ୍ଧିତ ଖବର