ରାଉରକେଲା: ବନ୍ଧମୁଣ୍ଡା ଡି କେବିନ ନିକଟରେ ପିକଅପ ଧକ୍କାରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧମୁଣ୍ଡା ରେଳୱେ ସିଗନାଲ ଟେଲିକମ ବିଭାଗର ମହେଶ କୁମାର ସିଂହ (୩୫)।
ଆଜି ସକାଳେ ମହେଶ ନିଜ ବାଇକରେ ଘରକୁ ଫେରୁଥିବାବେଳେ ଡି କେବିନ ମୁଖ୍ୟ ରାସ୍ତାରେ ଦ୍ରୁତ ଆସୁଥିବା ପିକଅପ ଧକ୍କା ଦେଇଥିଲା। ଫଳ.ରେ ଘଟଣାସ୍ଥଳରେ ମହେଶଙ୍କର ମୃତ୍ୟୁ ହୋଇଥିଲା। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/fff0f9de-e586-4e5a-ae0e-2e1bc462515d.jpg)