ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରକ୍ତଭଣ୍ଡାରରେ ପଶିଲା ବର୍ଷା ପାଣି। କାଳବୈଶାଖୀ ବର୍ଷା ଯୋଗୁଁ ରକ୍ତ ଭଣ୍ଡାରରେ ଅଧ ଫୁଟର ପାଣି ପଶି ଯାଇଥିଲା। ଆଜି ସକାଳୁ ରକ୍ତ ଭଣ୍ଡାର ଖୋଲା ହେଲା ପରେ ପାଣିକୁ ବାହାର କରାଯାଇଛି। ତେବେ ଅଳ୍ପ ବର୍ଷାରେ ଏଠାରେ ପାଣି ପଶି ଯାଉଥିବା ଅଭିଯୋଗ ହୋଇଛି।

Advertisment

ଗତ ୩ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ବର୍ଷା ଲାଗି ରହିଛି। ଗତକାଲି ସଂଧ୍ୟାରୁ ବର୍ଷା ଲାଗି ରହିଥିଲା। ଫଳରେ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବା ବେଳେ ରକ୍ତ ଭଣ୍ଡାରରେ ପାଣି ପଶିଯାଇଥିଲା। ପାଣି ଜମିଯିବା ଯୋଗୁଁ ରକ୍ତ ଭଣ୍ଡାରର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।