ସୁନ୍ଦରଗଡ଼/ବାଲିଶଙ୍କରା: ଅଷ୍ଟପ୍ରହରୀ ଦେଖିବାକୁ ଯାଇଥିବା ଜଣେ ୯ ବର୍ଷର ବାଳିକା ଦୁଷ୍କର୍ମର ଶିକାର ହୋଇଛି। ଜଣେ କାମପିପାସୁ ଯୁବକ ନାବାଳିକାକୁ ଉତ୍ସବ ସ୍ଥାନର ଅନତି ଦୂରକୁ ଟେକି ନେଇ ଅମାନୁଷିକ ଭାବେ ଦୁଷ୍କର୍ମ କରି ଫେରାର ହୋଇଛି। ଗୁରୁତର ନାବାଳିକାକୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏଭଳି ସ୍ପର୍ଶକାତର ଘଟଣାଟି ଘଟିଛି ତଳସରା ଥାନା ଅଞ୍ଚଳରେ।
ଉଦବେଗଜନକ କଥା ହେଲା, ଭୟରେ ହେଉ କି ସାମାଜିକ ଲଜ୍ଜା କାରଣରୁ ହେଉ ପରିବାର ଲୋକେ ଏ ସମ୍ପର୍କରେ ଅଭିଯୋଗ ନକରି ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାକୁ ନେଇ ଆସିଥିଲେ। ଡାକ୍ତର ପୀଡ଼ିତାଙ୍କ ଦୁଷ୍କର୍ମ ହୋଇଥିବା ଜାଣି ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାକୁ ତନାଘନା ଚଲାଇଛି।
ଅଭିଯୋଗ ଅନୁସାରେ, ତଳସରା ଅଞ୍ଚଳର ଏକ ଗାଁରେ ଅଷ୍ଟପ୍ରହରୀ ଚାଲିଥିଲା। ୩ ତାରିଖ ରବିବାର ଶେଷ ଦିନ ଥିଲା। ଅଭିଯୁକ୍ତ ଦୀନବନ୍ଧୁ ସିଂ (୨୨) ସନ୍ଧ୍ୟାରେ ନାବାଳିକାକୁ ଫୁସୁଲାଇ ଉତ୍ସବସ୍ଥଳରୁ ଡାକି ନେଇଥିଲା। ନିଜ ଗାଁର ଯୁବକ ହୋଇଥିବାରୁ ନାବାଳିକା ଯାଇଥିଲା। କିଛି ଦୂରକୁ ଯିବା ପରେ ଯୁବକଙ୍କ ମନ୍ଦ ଉଦ୍ଦେଶ୍ୟ ଜାଣି ପଳାଇ ଆସୁଥିବାବେଳେ ଯୁବକ ଜୋରଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିଲା। ପରେ ଜୀବନରେ ମାରିଦେବାର ଧମକ ଦେଇ କାହା ଆଗରେ ନ କହିବାକୁ ତାଗିଦ କରି ଚାଲି ଯାଇଥିଲା। ପୀଡ଼ିତା ବି ଚୁପଚାପ୍ ଘରକୁ ଚାଲି ଆସିଥିଲା। କିନ୍ତୁ ୪ ତାରିଖରେ ବାଳିକା ବହୁ ଯନ୍ତ୍ରଣା ପାଇବାରୁ ଘର ଲୋକେ ପଚାରି ଘଟଣା ସମ୍ପର୍କରେ ଜାଣିଥିଲେ। ହେଲେ ପୁଲିସରେ ଅଭିଯୋଗ ନକରି ଗୁରୁତର ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେପଟେ ପୁଲିସ ମାମଲା ରୁଜୁ କରିଥିବା ଜାଣି ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ତାକୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିଛି। ଘଟଣାଟି ତଳସରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି ହୋଇଛି।।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/m-n.jpg)