ରାଉରକେଲା: କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଏଥର ପରିବାରବର୍ଗଙ୍କୁ ଅବଗତ କରାଯିବ। ରୋଗୀ କେମିତି ଅଛନ୍ତି, ସେନେଇ ଏଥର ସଂପର୍କୀୟ ଜାଣିପାରିବେ। ଏନେଇ ରାଉରକେଲା ପ୍ରଶାସନ ନୂଆ ପଦକ୍ଷେପ ନେଇଛି। ରାଉରକେଲାରେ ଥିବା ସମସ୍ତ ୩ଟି ହସପିଟାଲ, ଯଥା- ଶାନ୍ତି ମେମୋରିଆଲ କୋଭିଡ ହସପିଟାଲ, ହାଇଟେକ୍ କୋଭିଡ୍ ହସପିଟାଲ, ଜୟ ପ୍ରକାଶ ହସପିଟାଲରେ ଏହା ଲାଗୁ ହେବ। ସଂପର୍କୀୟମାନେ ରୋଗୀଙ୍କ ସହ ହ୍ବାଟ୍ସଆପ୍ ଭିଡିଓ କଲ୍ ମାଧ୍ୟମରେ କଥାବାର୍ତ୍ତା ହୋଇପାରିବେ। ତେବେ ସେମାନଙ୍କୁ ମାତ୍ର ୨ ମିନିଟ ପାଇଁ କଥା ହେବାର ସୁଯୋଗ ଦିଆଯିବ। ଏହା ବ୍ୟତୀତ ରୋଗୀ ସଂପର୍କରେ ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିବାକୁ ସୁଯୋଗ ଦିଆଯିବ। ଏନେଇ ସମୟ ନିର୍ଦ୍ଧାରଣ କରାଯିବ। ବର୍ତ୍ତମାନ ଶାନ୍ତି କୋଭିଡ ହସପିଟାଲ ପାଇଁ ସମୟ ସାରଣୀ ନିର୍ଦ୍ଧାରିତ ହୋଇଛି। ଏଠାରେ ପୂର୍ବାହ୍ନ ୧୨ଟାରୁ ଗୋଟିଏ ଓ ସଂଧ୍ୟା ୬ଟାରୁ ୭ ଟା ମଧ୍ୟରେ ଡାକ୍ତରଙ୍କ ସହ ଆଲୋଚନା କରିପାରିବେ। ସେହିଭଳି ଅପରାହ୍ନ ୩ଟାରୁ ୫ ଟା ମଧ୍ୟରେ ରୋଗୀଙ୍କ ସହ ପରିବାରବର୍ଗ କଥାବାର୍ତ୍ତା ହୋଇପାରିବେ। ଏହି ସୁଯୋଗ ପାଇବା ପାଇଁ କିନ୍ତୁ ସଂପର୍କୀୟଙ୍କୁ ପୂର୍ବରୁ ସ୍ଲଟ୍ ବୁକ୍ କରିବାକୁ ପଡ଼ିବ।
ରାଉରକେଲା ପ୍ରଶାସନର ନୂଆ ପଦକ୍ଷେପ: ହସପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସହ କଥା ହୋଇପାରିବେ ସଂପର୍କୀୟ
/sambad/media/post_attachments/wp-content/uploads/2021/05/Untitled-50.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)