ସୁନ୍ଦରଗଡ଼: ଶବକୁ ଅସମ୍ମାନ ତାହା ପୁଣି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ। ୫ ଦିନ ପୂର୍ବରୁ ଏହି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଘରକୁ ଫେରିଥିଲେ ସୁନ୍ଦରଗଡ଼ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ। ରକ୍ତଝାଡ଼ା ପୀଡ଼ିତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସା ପରେ ଘରକୁ ଯାଇଥିଲେ। ତେବେ ହଠାତ୍ ପୁଣି ଗୁରୁତର ହେବାରୁ ତାଙ୍କୁ ଘରଲୋକ ମେଡ଼ିକାଲକୁ ନେଇ ଆସିଥିଲେ। ଆଉ ମେଡିକାଲରେ ପହଞ୍ଚିବା କ୍ଷଣି ତାଙ୍କ ଜୀବନ ଚାଲି ଯାଇଥିଲା। ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ହେଲେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶବ ନେବା ପାଇଁ ଆଉ ମିଳିଲା ନାହିଁ ମହାପ୍ରୟାଣ ଗାଡ଼ି।

Advertisment

ପରିବାର ଲୋକ ଯେତେ କାକୁତିମିନତି ହେଲେ ବି କି ଟୋଲ ଫ୍ରି ନମ୍ବରରେ ଫୋନ କଲେବି ଆଉ ଗାଡ଼ି ଦେଲେ ନାହିଁ। ଶେଷରେ ବାଧ୍ୟ ହୋଇ ପରିବାର ଲୋକ ଶବକୁ ଟେକି ଟେକି ପାଖାପାଖି ଗୋଟାଏ କିଲୋମିଟର ନେଲା ପରେ ଏକ ଘରୋଇ ଗାଡ଼ିରେ ନିଜ ଗାଁକୁ ନେଇଥିଲେ।