ଲାଞ୍ଚ ନେଇ ଆର୍‌ଆଇ, କିରାଣି ଗିରଫ

ରାଉରକେଲା/ଧାମନଗର : ଆଜି ଦୁଇଟି ସ୍ଥାନରେ ଚଢ଼ାଉ କରି ଜଣେ ଆର୍‌ଆଇ ଓ ଅନ୍ୟ ଜଣେ ଡାକ୍ତରଖାନା କିରାଣିଙ୍କୁ ଭିଜିଲାନ୍ସ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ମଦ ଦୋକାନ ପାଇଁ ଆବଶ୍ୟକ ସଲ୍‌ଭେନ୍ସି ସାର୍ଟିଫିକେଟ୍‌ର ତଦନ୍ତ ରିପୋର୍ଟ କରାଇ ଦେବାକୁ ଆବେଦନକାରୀଙ୍କଠୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ସୁନ୍ଦରଗଡ଼ ଜିଲ୍ଲା  କଲୁଙ୍ଗ ସର୍କଲ ରାଜସ୍ବ ନିରୀକ୍ଷକ (ଆର୍‌ଆଇ)  ରଞ୍ଜନ କୁମାର ପଟେଲ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେହିଭଳି, ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କିରାଣି ନିର˚ଜନ ପରିଡ଼ା  ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ବିଲ୍‌ ପା୍‌ସ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଆଜି ବାଲେଶ୍ବର ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି।

ସମ୍ବନ୍ଧିତ ଖବର