ରାଜଗାଙ୍ଗପୁର : ଇମିସ ଆଜି ସନ୍ଧ୍ୟା ସମୟରେ ଲିପଲୋଇ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି।
ଆଜି ସନ୍ଧ୍ୟା ପ୍ରାୟ ୫.୩୦ ଘଟିକା ସମୟରେ ପ୍ରଫୁଲ ଲାକ୍ରା (୩୫)ଓ ତାଙ୍କ ପତ୍ନୀ ପାର୍ବତୀ ଲାକ୍ରା (୩୦) ଏକ ଗ୍ଲାମର ବାଇକ (ଓଡ଼ି ୧୬ ଏଫ ୪୧୯୯)ରେ ରାଜଗାଙ୍ଗପୁରରୁ ନିଜ ଘର କେଶ୍ରା ମାଲ ଯିବା ସମୟରେ ଲିପଲୋଇ ଓଭର ବ୍ରିଜ ନିକଟରେ ଏକ ଯାତ୍ରୀବାହୀ ଅଟୋ ( ଓଡ଼ି ୧୪ ଏନ ୨୧୯୪) ସହ ଧକ୍କା ହୋଇଥିଲା । ଏହା ଫଳରେ ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀ ପଡିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଜଣକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା ସେଠାରେ ଡାକ୍ତର ପ୍ରଫୁଲ୍ଲ ଲାକ୍ରାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପାର୍ବତୀଙ୍କୁ ସାମାନ୍ୟ ଆଘାତ ଲାଗିଛି । ଦୁର୍ଘଟଣାଗ୍ରସ୍ତ ବାଇକକୁ ପୁଲିସ ଜବତ କରିଛି । ଅନ୍ୟପକ୍ଷରେ ଯାତ୍ରୀବାହୀ ଅଟୋ ସହ ଚାଳକକୁ ରାଜଗାଙ୍ଗପୁର ପୋଲିସ ଅଟକ ରଖି ତଦନ୍ତ କରୁଛି ।
ରାଜଗାଙ୍ଗପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ସ୍ବାମୀ ମୃତ, ସ୍ତ୍ରୀ ଆହତ
/sambad/media/post_attachments/wp-content/uploads/2020/09/31kihun02-accki01bikeaccident.jp_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)