ରାଉରକେଲା ଓକିଲ ସଂଘ ନିର୍ବାଚନ: ରମେଶ ସଭାପତି, ଅକ୍ଷୟ ସାଧାରଣ ସମ୍ପାଦକ

ରାଉରକେଲା: ରାଉରକେଲା ଓକିଲ ସଂଘ ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। ପୂର୍ବତନ ସଭାପତି ରମେଶ ବଳ ପୁଣି ଥରେ ବାଜିମାତ ମାରିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱୀ ପ୍ରଦୀପ କୁମାର ମିଶ୍ରଙ୍କ ଠାରୁ ୩୬୬ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ରମେଶଙ୍କୁ ୪୯୮ ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରଦୀପଙ୍କୁ ୧୩୨ ଖଣ୍ଡ ଭୋଟ ମିଳିଥିଲା।

ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାହୁ ୩୬୫ ଖଣ୍ଡ ଭୋଟ ପାଇ ପୁନର୍ବାର ବିଜୟୀ ହୋଇଛନ୍ତି। ତାଙ୍କ ନିକଟମ ପ୍ରତିଦ୍ଵନ୍ଦ୍ୱୀ ରାଜ କିଶୋର ପ୍ରଧାନ ୨୭୨ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ଉପସଭାପତିରେ ରଙ୍ଗ ବାହାଦୁର ବାଗ୍‌ ୨୦୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱୀ ସୁଶାନ୍ତ କୁମାର ଦାସ ୧୫୫, ଏମ. ମାଲେଶ୍ୱରମ୍‌ ୧୩୭, ସୁଶାନ୍ତ କୁମାର ନାୟକ ୧୦୧, ନରେଶ ଚନ୍ଦ୍ର ବେହେରା ୨୮ ଭୋଟ ପାଇଥିଲେ। କୋଷାଧ୍ୟକ୍ଷରେ ଶ୍ରୀନିବାସ ପଣ୍ଡା ୪୦୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱୀ ଉପେନ୍ଦ୍ର ବଘାର ୨୧୫ ଖଣ୍ଡ ଭୋଟ ପାଇଛନ୍ତିଯ ସମ୍ପାଦକ (ଏଏସ୍‌ଏମ୍‌)ରେ ମାଧବୀ ଝା ୩୭୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱୀ ଚନ୍ଦ୍ରମଣି ଦାସ ୨୪୦ ଖଣ୍ଡ ଭୋଟ ପାଇଛନ୍ତି।

ସହକାରୀ ସମ୍ପାଦକ (ସ୍ୱତନ୍ତ୍ର୍ର ପାଠାଗାର)ରେ ଦେବେନ୍ଦ୍ର ତନ୍ତୀ ୩୨୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ୱୀ ମାନସ ରଞ୍ଜନ ପଣ୍ଡା ୨୮୦, କିଶୋର କିରେଇ ୧୯ ଖଣ୍ଡ ଭୋଟ ପାଇଛନ୍ତି। ୯ରୁ ଅଧିକ କାର୍ଯ୍ୟକାରୀ ସଭ୍ୟ ଭାବେ ୩୦ ବର୍ଷରୁ ଅଧିକ କାର୍ଯ୍ୟରତ ସଭ୍ୟ ଭୀମ ବାହାଦୁର ସିଂହ ପତି, ବିଜୟ କୁମାର ଦାସ ନିଦ୍ଵନ୍ଦ୍ୱରେ ବିଜୟୀ ହୋଇଛନ୍ତି। ସଂଘର ଶୁକ୍ରବାର ନିର୍ବାଚନରେ ମୋଟ ୭୭୦ ସଭ୍ୟଙ୍କ ମଧ୍ୟରୁ ପ୍ରାୟ ୬୪୨ ସଭ୍ୟ ନିଜର ମତଦାନ ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧିତ ଖବର