ରାଉରକେଲା: ପୁଲିସ ହେପାଜତରୁ ଖସି ନଦୀକୁ ଡେଇଁଲା ଅଭିଯୁକ୍ତ

ରାଉରକେଲା: ପୁଲିସ ହେପାଜତରୁ ଶନିବାର ଖସି ନଦୀକୁ ଡେଇଁ ରାଉରକେଲାର ଜଣେ ଅଭିଯୁକ୍ତ ଫେରାର ହୋଇଥିବା ଅଭିଯୋଗ ହୋଇଛି। ରାଉରକେଲାର ଟିମ୍ବର କଲୋନି ନିବାସୀ କୁନ୍ଦନ ସାହୁ ଝାଡଖଣ୍ଡର ସଞ୍ଜୟ ନଦୀକୁ ଡେଇଁ ଶନିବାର ଅପରାହ୍ନରେ ଖସି ପଳାଇଛି।

ସୂଚନା ଅନୁସାରେ ଶାଶୁଙ୍କୁ ଛାଡିବା ପାଇଁ କୁନ୍ଦନ ଶୁକ୍ରବାର ଝାଡଖଣ୍ଡର ଚକ୍ରଧରପୁରକୁ ନାଗପୁର ଏକ୍ସପ୍ରେସରେ ଯାଇଥିଲା। ସେଠାରେ କିଛି ସାଙ୍ଗଙ୍କ ସହିତ ନନ୍ଦପଡ଼ାର ବୁଲୁ କର୍ମକାରଙ୍କ ଘରେ ଚୋରୀ କରିବାକୁ ରାତିରେ ପଶିଥିଲା। ଏହି ସମୟରେ ବୁଲୁ ଏବଂ ତା’ର ପରିବାର ଲୋକେ ଉଠି ଯାଇଥିଲେ। ଅନ୍ୟ ଚୋରମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବୁଲୁ ଧରା ପଡ଼ିଯାଇଥିଲା। ଏହା ପରେ ପରିବାର ଲୋକେ ନିସ୍ତୁକ ମାଡ ମାରି ଆଜି ସକାଳେ ପୁଲିସକୁ ହସ୍ତାନ୍ତର କରିଥିଲେ।

କୁନ୍ଦନକୁ ପୁଲିସ ଆଜି କୋର୍ଟ ଚାଲାଣ କରିବାକୁ ନେଉଥିବା ବେଳେ ସଞ୍ଜୟ ନଦୀରେ ଅତିକ୍ରମ କରୁଥିବା ବେଳେ ହଠାତ ଡେଇଁ ପଳାଇଛି। ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଅନ୍ୟ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି କୁନ୍ଦନକୁ ଖୋଜିଥିଲେ ମଧ୍ୟ ପାଇ ନାହାନ୍ତି।

ସମ୍ବନ୍ଧିତ ଖବର