ରାଉରକେଲା: ଅଙ୍ଗନବାଡ଼ି କେନ୍ଦ୍ର ଭାଙ୍ଗି ଛତୁଆଗୁଣ୍ଡ ଖାଇଲା ହାତୀ

ରାଉରକେଲା: ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ରାଉରକେଲା ବନଖଣ୍ଡ ଅନ୍ତର୍ଗତ ରାଜଗାଙ୍ଗପୁର ବନାଞ୍ଚଳରେ ଥିବା କୁଟନିଆ ପଞ୍ଚାୟତର ଭାଲୁଡୁମା ଗାଁ’ରେ ହାତୀପଲ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ସେଠାରେ ଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ରର ଘର ଭାଙ୍ଗି ତହିଁରେ ଥିବା ଛତୁଆ ଗୁଣ୍ଡ ଖାଇଦେଇଛନ୍ତି। ଅଙ୍ଗନବାଡ଼ି ପରିସରରେ ଥିବା ଏକ ନଳକୂପକୁ ମଧ୍ୟ ହାତୀମାନେ ଭାଙ୍ଗି ପକାଇଛନ୍ତି।

ଏହା ପରେ ହାତୀମାନେ ପୂର୍ବତନ ସରପଞ୍ଚଙ୍କ ଘର ଓ ପାଚେରି ଭାଙ୍ଗିଛନ୍ତି। ହାତୀଙ୍କ ଉତ୍ପାତ ଯୋଗୁଁ ଲୋକେ ଉଠିପଡ଼ି ବାହାରକୁ ଆସିବାରୁ ସମ୍ପୃକ୍ତ ହାତୀପଲ ଆଉ ଗାଁ’ ଭିତରକୁ ନ ପଶି ଫେରି ଯାଇଥିଲେ।

ଖବର ପାଇ ବନ ବିଭାଗ ଘଟନାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର