ରାଉରକେଲା : ବହୁପ୍ରତୀକ୍ଷିତ ବନ୍ଧମୁଣ୍ଡା କୁକୁଡ଼ାଗେଟ ନିର୍ମାଣକୁ ବିସ୍ଥାପିତ ପରିବାର ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଉତ୍ତେଜିତ ଲୋକ ରାଉରକେଲା - ଝାରଖଣ୍ଡ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଯାହାକୁ କେନ୍ଦ୍ରକରି ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଅଧିକାରୀ ଓ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ସମାଧାନ ବାଟ ବାହାରି ପାରିନି।
ଯେ ପର୍ଯ୍ୟନ୍ତ ବିସ୍ଥାପିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ, ଜମି ବଦଳରେ ଜମି ନ ମିଳିଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିସ୍ଥାପିତ ପରିବାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସେପଟେ ରାସ୍ତାରୋକ ଯୋଗୁ ରାସ୍ତାର ଉଭୟ ପଟରେ ଶହ ଶହ ଗାଡ଼ି ଅଟକି ରହିଛି।