ରାଉରକେଲା: ରାଉରକେଲା ସୀମାନ୍ତ ଝାରଖଣ୍ଡର ସୋନୁଆ ଥାନା କେରାବୀର ଜଂଗଲରେ ମାଓ କ୍ୟାମ୍ପ ଧ୍ବଂସ ପାଇଛି। ମାଓ କ୍ୟାମ୍ପ ଧ୍ବଂସ ହେବା ସହ ଜବତ ହୋଇଛି ଏସଆଲର ବନ୍ଦୁକ, ବିଷ୍ପୋରକ, ଟିଫିନ ବୋମା , ବିଦ୍ୟୁତ୍ ତାର , ମାଓ ପୋଷାକ , ମାଓ ଯୋତା , ମାଓ ପୁସ୍ତିକା, ନଗତ ୨୭ ହଜାର ଟଙ୍କା ସହ ମାଓବାଦୀ ବ୍ୟବହାର କରୁଥିବା ଜିନିଷ।
ମାଓବାଦୀଙ୍କୁ ଟାର୍ଗେଟ କରିଥିଲେ ସୁରକ୍ଷା କର୍ମୀଙ୍କୁ, ହେଲେ ନିଜେ ହୋଇଗଲେ ଟାର୍ଗେଟ। ସିଆରପିଏଫ ସହ କୋବ୍ରା ବାହିନୀ ମିଳିତ ଭାବରେ କଲେ ଅପରେସନ। ଛତ୍ର ଭଙ୍ଗ ଦେଲେ ମାଓବାଦୀ। ଏବେ ବି ଚାଲିଛି ସର୍ଚ ଅପରେସନ।
ରାଉରକେଲା: ମାଓକ୍ୟାମ୍ପ ଧ୍ବଂସ, ମାଓବାଦୀ ଦେଲେ ଛତ୍ରଭଙ୍ଗ
/sambad/media/post_attachments/wp-content/uploads/2024/04/f7694917-063b-46a8-a304-4dba7e279ad9.jpg)