ରାଉରକେଲା: ୧୧ ଜୁଆଡ଼ି ଗିରଫ, କାର୍ ଓ ନଗଦ ୧୫ ହଜାର ଟଙ୍କା ଜବତ

ରାଉରକେଲା : ଗତକାଲି ବିଳମ୍ବିତ ରାତିରେ କୁଆଁରମୁଣ୍ଡା ନାଇକେନ ବାହାଲ ଗାଁ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡାରେ କୁଆଁରମୁଣ୍ଡା ଥାନା ପୁଲିସ ଚଢ଼ଉ କରିଥିଲା l ଘଟଣାସ୍ଥଳରୁ ୧୧ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ l

ଘଟଣାସ୍ଥଳରୁ ପୁଲିସ ଗୋଟିଏ କାର୍, ନଅଟି ମୋଟର ବାଇକ୍, ତିନିଟି ସ୍କୁଟି, ନଗଦ ପନ୍ଦର ହଜାର ଟଙ୍କା ସହ ଚାରି ମୁଠା ତାସ ଜବତ କରିଛି l ରାତି ପ୍ରାୟ ସାଢେ ବାରଟା ପରେ ନାଇକେନ ବାହାଲ ଗାଁ ନିକଟସ୍ଥ ଏକ ନିଛାଟିଆ ଜାଗାର ଜୁଆ ଖେଳ ଚାଲିଥିବା ଦେଖି କିଛି ଲୋକ କୁଆଁରମୁଣ୍ଡା ଥାନାକୁ ସୂଚନା ଦେଇଥିଲେ l ଏହା ପରେ ପୁଲିସର ସ୍ୱତନ୍ତ୍ର ଟିମ ଚଢ଼ଉ କରିଥିଲେ l

 

ସମ୍ବନ୍ଧିତ ଖବର