ଆର୍‌ଏସ୍‌ପି ଡମ୍ପିଂୟାର୍ଡରେ ଦୁର୍ଘଟଣା: ୫ ଶ୍ରମିକ ଆହତ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସ୍‌ ଡମ୍ପିଂୟାର୍ଡରେ ସ୍ଲାଗ ଡମ୍ପିଂ କରୁଥିବା ୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନେ ହେଲେ ରବୀନ୍ଦ୍ର ବାରିକ, ରାଜେଶ୍ୱର ଏକ୍କା, ଜଗଦୀଶ କିସାନ, ରବୀନ୍ଦ୍ର ପାନ୍ନା ଓ ଦୀପକ ମହାରଣା। ସେମାନଙ୍କୁ ପ୍ରଥମେ କାରଖାନା ଭିତରେ ପ୍ରାଥମିକ ଚିକିତ୍ସା ପରେ ଇସ୍ପାତ ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ପରେ ସମସ୍ତଙ୍କୁ ହସ୍ପିଟାଲ୍‌ରୁ ଛାଡ଼ି ଦିଆଯାଇଛି । ସ୍ଲାଗ୍‌ ଡମ୍ପିଂ ବେଳେ ଭୟଙ୍କର ବିସ୍ଫୋରଣ ହୋଇ ଗରମ ସ୍ଲାଗ୍‌ ବିଛେଇ ହୋଇ ପଡିଥିଲା । ଭବିଷ୍ୟତରେ ଯେପରି ଏଭଳି ଦୁର୍ଘଟଣା ନହେବ ସେଥିପାଇଁ କାରଖାନା ପରିଚାଳନା କର୍ତୃପକ୍ଷ ଦୃଷ୍ଟି ଦେବାକୁ ରାଉରକେଲା ଶ୍ରମିକ ସଂର ସଭାନେତ୍ରୀ ଶ୍ରୀମତି ଡି.ଏସ୍‌.ପାନିକର, ପ୍ରଶାନ୍ତ ବେହେରା, ଅକ୍ଷୟ ଜେନା, ଦୁଃଶାସନ ନାୟକ, ହରିଚନ୍ଦନ ରାମ, ରଞ୍ଜନ ନାୟକ ଓ ପି.କେ. ସ୍ୱାଇଁ ପ୍ରମୁଖ ଦାବି କରିବା ସହ ଆଇଜିଏଚରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ଵିତ କରିଥିଲେ ।

ସମ୍ବନ୍ଧିତ ଖବର