ଆରଏସପିର ଜବରଦଖଲ ମୁକ୍ତ ଅଭିଯାନ ଜାରି

ରାଉରକେଲା: ମାଜିଷ୍ଟ୍ରେଟ ପ୍ରେମ ପ୍ରସାଦ ହରୋ, ବିଶ୍ରା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ବ୍ୟାପକ ଫୋର୍ସ ମୃତୟନ କରାଯାଇ ଆରଏସପିର ୩ କ୍ବାର୍ଟର ଜବରଦଖଲ ମୁକ୍ତ କରାଯାଇଛି। ଜବରଦଖଲ ମୁକ୍ତ କରାଯାଇଥିବା କ୍ୱାର୍ଟର ଗୁଡ଼ିକ ହେଲା, ଏନ.ସି. ଦାସ ରହୁଥିବା ସେକ୍ଟର-୧୮ କ୍ୱାର୍ଟର ନଂ ଏ/୧୮, ଏ.କେ.ମହାନ୍ତି ରହୁଥିବା ସେକ୍ଟର-୪, ଏ/୧ ଏବଂ ସ୍ବର୍ଗତ ଦୁର୍ଗା ଚରଣ ବେହେରାଙ୍କ ପରିବାର ରହୁଥିବା ସେକ୍ଟର-୪, ବି/୨୦୧।

ଏମାନେ ସମସ୍ତେ ହେଉଛନ୍ତି ପୂର୍ବତନ ଆରଏସପି କର୍ମଚାରୀ। ଅବସର ପରେ ମଧ୍ୟ ଏମାନେ ଘର ଛାଡ଼ୁନଥିଲା। ଏମିତିକି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ତେବେ ସୁପ୍ରିମକୋର୍ଟ ଅନୈତିକ ଜବରଦଖଲକୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବାପରେ ଆଜି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସମ୍ବନ୍ଧିତ ଖବର