ସୁନ୍ଦରଗଡ଼: ୬ ତାରିଖରେ ସୁନ୍ଦରଗଡ଼ ଠାରେ ୬୧ତମ ସାହାଣୀକପ୍ ଫୁଟଵଲ ଆରମ୍ଭ ହେବ।ଏଥିରେ ୩୦ ଜିଲ୍ଲାର ୩୨ଟି ଦଳ ଭାଗନେଵେ। ୪୦ ବର୍ଷ ପରେ ସୁନ୍ଦରଗଡ଼ରେ ଅନ୍ତଃଜିଲ୍ଲା ସାହାଣୀ କପ୍ ଆୟୋଜନ ହେଉଥିବାରୁ ଫୁଟବଲ୍ ଖେଳାଳି, ଫୁଟବଲପ୍ରେମୀ ଓ ଆୟୋଜକଙ୍କ ମଧ୍ୟରେ ପ୍ରଵଳ ଉତ୍ସାହ ପ୍ରକାଶ ପାଇଛି।
ଆଜି ସ୍ଥାନୀୟ ଜିଲ୍ଲା କ୍ରୀଡ଼ାସଂସଦ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ଵାଦିକ ସମ୍ମିଳନୀରେ ପ୍ରତିଯୋଗିତାର ପ୍ରସ୍ତୁତି ସମ୍ପର୍କରେ ଵିସ୍ତୃତ ସୂଚନା ଦିଆଯାଇଥିଲା। ଓଡିଶା ଫୁଟଵଲ ସଂଘ ଓ ଜିଲ୍ଲା କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ହେଵାକୁ ଥିବା ଏହି ପ୍ରତିଯୋଗିତା ପାଇଁ ଜିଲ୍ଲାର ତସଲାଡିହି ଷ୍ଟାଡିୟମ, କିଞ୍ଜିର୍ମା ଵିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ, ସେପତିଵାହାଲ ଗୋପବନ୍ଧୁ ଷ୍ଟାଡିୟମ ଓ ଭଵାନୀପୁର କ୍ରାଡ଼ା ଛାତ୍ରାବାସ ପଡ଼ିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ୧୪ ତାରିଖ ଯାଏ ହେଵାକୁ ଥିବା ଏହି ଖେଳରେ ୩୦ଟି ଜିଲ୍ଲାର ୩୨ଟି ଦଳ ଭାଗ ନେଵେ। ଭବାନୀପୁର କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ପ୍ରତିଯୋଗିତା ଉଦଘାଟିତ ହେଵ। ମୁଖ୍ୟ ଅତିଥି ଭାଵେ ଜିଲ୍ଲାପାଳ ନିଖିଲ ପଵନ କଲ୍ୟାଣ ଯୋଗ ଦେଇ ସାହାଣୀକପ୍ ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରପଡ଼ା ଓ ଦେବଗଡ଼ ଉଦଘାଟନୀ ମ୍ୟାଚ୍ ଖେଳିଵେ। ଉଦଯାପନୀ ଦିବସରେ ଫାଓ ସମ୍ପାଦକ ଆଶୀର୍ବାଦ ଵେହେରା ଯୋଗ ଦେଵେ ଵୋଲି ସୂଚନା ଦିଆଯାଇଛି।
୬ରୁ ସୁନ୍ଦରଗଡ଼ରେ ସାହାଣୀ କପ୍ ଫୁଟବଲ: ଭାଗ ନେଵେ ୩୦ ଜିଲ୍ଲାର ୩୨ଟି ଦଳ
/sambad/media/post_attachments/wp-content/uploads/2021/02/b047afcf-ae47-4412-853f-7b956baae89f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)