ସାଳିଆପତନି ମାଂସ ଜବତ: ୩ ଗିରଫ

ହେମଗିର: ହେମଗିର ରେଞ୍ଜ ଦାଘୋରା ସେକ୍ସନ ଅନ୍ତର୍ଗତ ଜୁଲୁମବାହାଲ ଗ୍ରାମରେ ବନବିଭାଗ ଚଢ଼ାଉ କରି ଜୈନିକ ବ୍ୟକ୍ତିଙ୍କ ଘରୁ ରନ୍ଧା ପାଇଁ କଟାଯାଇଥିବା ପ୍ରାୟ ୨ କିଲୋ ସାଳିଆପତନି (ବଣ ବିରାଡ଼ି ପ୍ରଜାତିର) ମାଂସ ଜବତ କରିବା ସହ ଘର ମାଲିକ ସମେତ ୩ ଜଣକୁ ଗିରଫ କରିଛି। ଏହା ସହ ମାଂସ କାଟିବା ପାଇଁ ବ୍ୟବହୃତ ଛାପଡ଼ ଓ ପନକି  ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଘର ମାଲିକ ଗୋପାଳ କାଲୋ (୩୬), ସୁଶିଲାଲ ଧୃଆ (୩୫) ଓ ଜିଲ୍ଲା ଧୃଆ (୬୩)। ଏମାନେ ସମସ୍ତେ ଜୁଲୁମବାହାଲ ଗ୍ରାମର। ଆଜି ପୂର୍ବାହ୍ନରେ ସୂଚନା ପାଇ ରେଞ୍ଜ ଅଧିକାରୀ ହବିରାମ ଚୌଧୁରୀଙ୍କ ନିର୍ଦ୍ଦେଶରେ ଦାଘୋରା ବନପାଳ ପ୍ରଶାନ୍ତ ପଟେଲ, ବନରକ୍ଷୀ ଦୋଳଗୋବିନ୍ଦ ପାଣିଗ୍ରାହୀ ସଦଳବଳ ଚଢ଼ଉ କରିଥିଲେ। ଏ ସଂପର୍କରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର