ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍କୁ ଲାଗିଥିବା ସରଣ୍ଡା ଜଙ୍ଗଲରୁ ବେଆଇନ ଜଙ୍ଗଲ କାଟ ଯୋଗୁଁ ସବୁଜିମା ଉପରେ ବିପରିତ ପ୍ରଭାବ ପଡ଼ୁଛି। ଏହି ଅଞ୍ଚଳରେ କାଠ ମାଫିଆ ସକ୍ରୀୟ ହେବାରୁ ନିତିଦିନି ଗଛ କଟା ଚାଲିଛି। ଏହି ମାଫିଆଙ୍କ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାରେ ବିଶ୍ରା ବନବିଭାଗର ବିଫଳତା ସ୍ପଷ୍ଟ ପରିଲକ୍ଷିତ ହେଇଛି। ସୂଚନା ଅନୁଯାଇ ଏହି କାଠକୁ ବ୍ୟବହାର କରି ଫର୍ଣ୍ଣିଚର ଓ ବିଭିନ୍ନ ଗୃହପୋକରଣ ତିଆରି କରି ସହରର ଅନେକ ସ୍ଥାନକୁ ପଠାଯାଉଛି। ବିଶ୍ରା ବ୍ଲକ୍ର ରାମଲୋଇ, ଝାରବେଡ଼ା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ସାଗଯୋଡ଼ି, ରେଡ଼ା, ସମଠା, ଦିଘା ଆଦି ଅଞ୍ଚଳରେ ଏହି ଗଛ କଟା ଜାରି ରହିଛି। ପରେ ଏହି କାଠକୁ ତେତେରକେଲା ବାଟ ଦେଇ ରାଞ୍ଚି ସହରକୁ ପଠା ଯାଉଥିବା ଜଣାପଡିଛି। ସବୁ ଜାଣି ମଧ୍ୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିରବତା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ବିଶ୍ରା ରେଞ୍ଜର ମହେନ୍ଦ୍ର ଭୋଇଙ୍କ ଏହି ବାବଦରେ ପଚାରିବାରୁ କହିଥିଲେ ଯେ, ତାଙ୍କୁ ଉକ୍ତ ବିଷୟରେ ଖବର ମିଳିଛି ଓ ଏନେଇ ଶିଘ୍ର ଉଚିତ ପଦକ୍ଷେପ ନିଆଯିବ।
ସରଣ୍ଡା ଜଙ୍ଗଲରେ ଅବାଧ ଗଛକଟା
/sambad/media/post_attachments/wp-content/uploads/2018/02/rkl23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)