ରାଉରକେଲା : ଆଜି ସନ୍ଧ୍ୟା ୫ଟାରେ ବିଶ୍ରା ଥାନା ଠେଠେପୋଷରେ ବମ୍ବୁଆର ପୂର୍ବତନ ସରପଞ୍ଚ ଲଳିତ ସିଂ ମୁଣ୍ଡା (୪୦)ଙ୍କୁ ତୀର ମାରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସେ ବୀରମିତ୍ରପୁର ବିଧାନସଭା ପାଇଁ ଆମ ଓଡ଼ିଶାର ପ୍ରାର୍ଥୀ ଭାବେ ଲଢ଼ିଥିଲେ। ଖବର ପାଇ ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଁର ଡେରା ଜମି ପାଇଁ ଲାଗିଥିବା ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମାନ ଲଗାଇଛି। ପୁଲିସ କହିବା ଅନୁସାରେ ଲଳିତ ସନ୍ଧ୍ୟାରେ ଗାଁ ନିକଟ ଜମିକୁ ଯାଇଥିବା ବେଳେ ଗାଁର ଜଣେ ବ୍ୟକ୍ତି ତାଙ୍କୁ ତୀର ମାଡ଼ କରିିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।
ତୀର ମାରି ପୂର୍ବ ସରପଞ୍ଚଙ୍କୁ ହତ୍ୟା
/sambad/media/post_attachments/wp-content/uploads/2018/03/arr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)