ଜୁଆ ଆଡ୍ଡାରେ ଚଢଉ: ୫ ଗିରଫ

o ୧୪ ବାଇକ୍‌ ଜବତo ପୁଲିସ ଗାଡ଼ିରୁ ଡେଇଁ ଜଣେ ଫେରାର୍‌

କୁତ୍ରା: କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ନେମୁଲ ନିକଟରେ ଆଜି ପୁଲିସ ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୧୪ଟି ବାଇକ୍‌ ଓ ନଗଦ ୨୪୦୦ ଟଙ୍କା ଜବତ କରିଛି । ଜଣେ ଜୁଆଡ଼ି ପୁଲିସ ଗାଡ଼ିରୁ ଡେଇଁ ଫେରାର୍‌ ହୋଇଯାଇଛି। ପୁଲିସର ଏହି ଚଢଉ ବେଳେ ଜୁଆଡ଼ିମାନେ ପଥର ମାଡ଼ କରିଥିଲେ।
କୁତ୍ରା ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ାଙ୍କ ନେତୃତ୍ୱରେ ପୁଲିସ ଦଳ ଏହି ଜୁଆ ଆଡ଼୍‍ଡା ଚଢଉ କରିଥିଲେ। ଚଢଉ ବେଳେ ବାବୁଡ଼ିହିର ସ୍ୱର୍ଣ୍ଣ କୁମାର ସିଂ (୪୦), ଲାଖୁଆପଡ଼ାର ରାଜୁ ବରୁଆ (୨୯) ଧଅଁରାଅଡ଼ାର ବିକ୍ରମ ଟପ୍ପୋ (୪୪), ରାଇବାହାଲର ଶିବା ବରୁଆ (୫୫) ଓ ଲାଖୁଆପଡ଼ାର ରଞ୍ଜିତ ଲେହେରୀ (୩୪)ଙ୍କ ସମେତ ୬ ଜଣ ଧରାପଡ଼ିଥିଲେ। ଜୁଆ ଖେଳରେ ୫୦ରୁ ଅଧିକ ଜୁଆଡ଼ି ସାମିଲ ହୋଇଥିବା ବେଳେ ପୁଲିସର ଅତର୍କିତ ଚଢଉ ବେଳେ ସେମାନଙ୍କ ମଧ୍ୟରୁ କେତେକ ଦୌଡ଼ି ପଳାଇ ଯିବାକୁ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର