ଏମସିଏଲର କୋଇଲା ପରିବହନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ସ୍କୁଲ ପିଲା

ସୁନ୍ଦରଗଡ଼: ହେମଗିର ବ୍ଲକ୍ ବାଙ୍କିଵାହାଲ-ଟପରିଆ ଗାଁ ରାସ୍ତାରେ ଏମସିଏଲର କୋଇଲା ପରିବହନକୁ ବିରୋଧ କରି ଆସୁଛି ଜନଶକ୍ତି ବିକାଶ ପରିଷଦ। ଏହା ମଧ୍ୟରେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଜୁଲୁମ ଓ ଗିରଫଦାରି ବଢିଥିଲେ ମଧ୍ୟ ଲୋକେ ପଛକୁ ହଟିନାହାନ୍ତି। ରାତିରେ ରତନପୁରଠାରେ ମହିଳମାନେ ରାସ୍ତା ଅବରୋଧ କରିଥିବା ଵେଳେ ଆଜି ସକାଳୁ ରାସ୍ତାକୁ ଓହ୍ଲାଇଛନ୍ତି ସ୍କୁଲ ପିଲା। ରତନପୁର, ଟପରିଆ, କନ୍ଦାଧୁଡ଼ା, ବିଲେଇମୁଣ୍ଡା, ଛତାବରରେ ସ୍କୁଲପିଲାମାନେ ହାତରେ ଜୀଵନଜୀବିକାର ସୁରକ୍ଷା, ପ୍ରଦୂଷଣମୁକ୍ତ ଅଞ୍ଚଳ ଦାବି ଲେଖା ପ୍ଲାକାର୍ଡ ଧରି ରାସ୍ତା ଅବରୋଧ କରିଛନ୍ତି।

ଗତକାଲି ପୁଲିସ ବାରିକେଡ୍ ଭିତରେ ଏମସିଏଲର କୋଇଲା ଟ୍ରକ ଛତିଶଗଡ଼କୁ ଯାଇଥିବା ଵେଳେ ରାତିରୁ ଗାଡ଼ି ଚଳାଚଳ ଵନ୍ଦ ରହିଛି। ରାସ୍ତାକୁ ସ୍କୁଲ ପିଲା ଓହ୍ଲାଇବା ଆନ୍ଦୋଳନର ସ୍ବରକୁ ଅଧିକ ଦୃଢୀଭୂତ କରିବ ଵୋଲି କୁହାଯାଉଥିବା ବେଳେ ଏହା ପୁଲିସ, ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଏ ନେଇ ହେମଗିର ଅଞ୍ଚଳରେ ଉତ୍ତେଜନା ଲାଗିରହିଛି।

ସମ୍ବନ୍ଧିତ ଖବର