ରାଉରକେଲା : ବାସନ୍ତି କଲୋନି ଡିଏଭି ଛକରେ ସ୍କୁଟି ଭାରସାମ୍ୟ ହରାଇ ରାସ୍ତାରେ ପିଟି ହୋଇଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଜଣେ ଶିଶୁଙ୍କ ସମେତ ମୋଟ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ମାଲଗୋଦାମ ବସ୍ତିର ପିୟୁଷ ତିର୍କୀ (୩୦)।
ଆହତ ଦୁହିଁଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ(ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇ ଚିକିତ୍ସା ପରେ ହସ୍ପିଟାଲରୁ ଛାଡି ଦିଆଯାଇଛି। ଉଦିତନଗର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ ପିୟୁଷଙ୍କ ଭାଇଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ସ୍କୁଟି ଚାଳକ ଆହତ ଉମର ଆଲାମ୍କୁ ଥାନାରେ ଅଟକ ରଖିଛି ।
ମିଳିଥିବା ସୂଚନା ମୁତାବକ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଉମର ସ୍କୁଟି ଚଳାଇ ଛେଣ୍ଡରୁ ମାଲଗୋଦାମ ବସ୍ତିକୁ ଯାଉଥିଲେ। ମଝିରେ ୮ ବର୍ଷ ଶିଶୁ ବାଦଲ ସାହୁ ଏବଂ ପଛରେ ପିୟୁଷ ବସିଥିଲେ। ବାସନ୍ତି କଲୋନି ଡିଏଭି ଛକରେ ସମ୍ମୁଖରେ ଏକ ଗାଡ଼ି ଆସିଯିବାରୁ ଭାରସାମ୍ୟ ହରାଇ ରାସ୍ତାରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ପିୟୁସଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆର୍ଜିଏଚ୍କୁ ପଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/accident-1.jpg)