ସୁନ୍ଦରଗଡ଼/ବିଶ୍ରା (ଦେବ କୁମାର ଦେ): ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅଧିନସ୍ଥ ଜରାଇକେଲା ସୀମାନ୍ତରେ  ଝାଡ଼ଖଣ୍ଡ ପୁଲିସ ଏବଂ ସିଆରପିଏଫ୍ ଯବାନମାନେ ମାଓବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ରକୁ ବିଫଳ କରି ଦେଇଛନ୍ତି। ଜରାଇକେଳା ସ୍ଥିତ ସରଣ୍ଡା ଜଙ୍ଗଲର ବାବୁଡେରା ଠାରେ ଥିବା ମାଟି ରାସ୍ତାକଡ଼ରେ ମାଓବାଦୀଙ୍କ ଦ୍ୱାରା ଲଗା ଯାଇଥିବା ଏକ ଲେଣ୍ଡମାଇନକୁ ସୁରକ୍ଷାବଳ ଚିହ୍ନଟ କରି ସୁରକ୍ଷିତ ଭାବରେ ତାକୁ ନିଷ୍କ୍ରିୟ କରିଦେଇଛନ୍ତି। 

Advertisment

ମିଳିଥିବା ସୂଚନା ଅନୁସାରେ, ଏହି ବିସ୍ଫୋରକଟି ସୁରକ୍ଷାବଳଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ମାଟି ତଳେ ପୋତା ଯାଇଥିଲା। କିନ୍ତୁ ନକ୍ସଲ ବିରୋଧୀ ଅଭିଯାନ ସମୟରେ ଯବାନମାନେ ଏହାକୁ ଚିହ୍ନଟ କରିଥିଲେ। ଯାହା ପରେ ବୋମ୍ବ ଡିସ୍ପୋଜାଲ୍ ଟିମ୍ ଘଟଣା ସ୍ଥଳକୁ ପହଞ୍ଚି ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ବୋମାକୁ ନିଷ୍କ୍ରିୟ କରି ଦେଇ ଥିଲେ। 

ଆହୁରି ପଢ଼ନ୍ତୁ: Dead Body: ଶବ ରଖି ପଞ୍ଚାୟତ ଅଫିସ ସାମ୍ନାରେ ବିକ୍ଷୋଭ, ରାସ୍ତା ଅବରୋଧ

ଉଲ୍ଲେଖଯୋଗ୍ୟ ଯେ, ସାରଣ୍ଡା ଜଙ୍ଗଲ ଅଞ୍ଚଳରେ ସୁରକ୍ଷାବଳ ଦ୍ୱାରା ନକ୍ସଲୀମାନଙ୍କ ବିରୋଧରେ ବ୍ୟାପକ ଅଭିଯାନ ଚାଲିଛି। ଯାହା ଫଳରେ ନକ୍ସଲ ସଂଗଠନ କ୍ରମାଗତ ଭାବରେ ଦୁର୍ବଳ ପଡୁ ଥିବା ଦେଖିବାକୁ ମିଳୁଛି। ସେମାନେ ନିଜ ଅସ୍ତିତ୍ୱ ରକ୍ଷା କରିବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛି। ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆ ଯାଇଅଛି ଏବଂ ମାଓ ବିରୋଧୀ କୁମ୍ବିଂ ଅପରେସନକୁ ଆହୁରି ଜୋରଦାର କରାଯାଇଛି।