ରାଉରକେଲା /କୋଇଡା: କୋଇଡା- ରାଜାମୁଣ୍ଡା ଜାତୀୟ ରାଜପଥ ଠାରେ ମୃତ୍ୟୁର ବ୍ଲାକସ୍ପଟ୍ ସାଜିଥିବା କୋଇଡା ଓ କେବଲାଙ୍ଗ ଥାନା ମଧ୍ୟରେ ଥିବା ଚୁନା ଘାଟିରେ ଗତକାଲି ରାତିରେ ସିରିଜ୍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଛଅ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ସୁଚନା ଅନୁଯାୟୀ ପ୍ରଥମେ ଏକ ବୋଲେରୋ ଗାଡ଼ିକୁ ଟ୍ରଲର ଧକ୍କା ଦେବା ଫଳରେ ବୋଲେରୋରେ ଥିବା ୮ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଓ ଚାରି ଜଣ ଗୁରୁତର ହୋଇଥିଲେ। ସେହିପରି ସମାନ ସ୍ଥାନରେ ଦୁଇଟି ଟ୍ରଲର ଗାଡ଼ି ଉଭୟ ଧକ୍କା ହୋଇ ଓଲଟି ପଡ଼ିବାରୁ ଗାଡ଼ିରେ ଥିବା ଦୁଇ ଚାଳକ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ଏନଏଚଆଇଏ କର୍ତ୍ତୃପକ୍ଷ ଓ କେବଲାଙ୍ଗ ଥାନା ଅଧିକାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରାଉରକେଲା ଓ ଲହୁଣୀପଡ଼ାକୁ ସ୍ଥାନାନ୍ତର କରିଥିଲେ। ସିରିଜ୍ ଦୁର୍ଘଟଣା ଯୋଗୁଁ ବହୁତ୍ ସମୟ ଜାମ୍ ଲାଗି ରହିଥିଲା।  ଅନ୍ୟପଟେ ଏ ଘାଟି ନିର୍ମାଣ ହେବା ଦୁଇ ବର୍ଷ ମଧ୍ୟରେ ଶତାଧିକ ଲୋକଙ୍କ ଜୀବନ ଯାଇ ମୃତ୍ୟୁର ହବ୍ ପାଲଟିଛି।