ରାଉରକେଲା : ରାଉରକେଲା ପୁଲିସ ଏକ ହାଇପ୍ରୋଫାଇଲ୍ ଜୁଆ ଆଡ଼ା ଉପରେ ଚଢ଼ଉ କରି ୩ ଜଣ ଶିଳ୍ପପତିଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଏବଂ ଜୁଆ ଖେଳରେ ବ୍ୟବହୃତ ଦୁଇ ମୁଠା ତାସ୍ ଜବତ କରିଛି।
ରାଉରକେଲା ସିଭିଲ୍ ଟାଉନ୍ସିପ୍ ଘର ନମ୍ବର ଟିଟିଟି/୧୩ରେ ଜୁଆ ଖେଳ ଚାଲୁଥିବା ସମ୍ପର୍କରେ ଖବର ପାଇ ପୁଲିସ ସେଠାରେ ଚଢଉ କରି ଜୁଆଡିଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ଶିଳ୍ପପତି ଦୀପକ ଚାଓ୍ଵଲା, ଶିଳ୍ପପତି ରାଜ ଅଗ୍ରଓ୍ଵାଲ ଓ ଶିଳ୍ପପତି ସୁଧୀର କେଡ଼ିଆ, ବ୍ୟବସାୟୀ ପରଭେଜ୍ ସାହୁ, ବ୍ୟବସାୟୀ ନାଗର ଅଗ୍ରଓ୍ଵାଲ, ବ୍ୟବସାୟୀ ରଣଜିତ୍ ସାହୁ, ବ୍ୟବସାୟୀ ଧନଓ୍ଵାନ ଧୋଳକଡ଼ା। ସେମାନଙ୍କ ନିକଟରୁ ମୋଟ ୬ ଲକ୍ଷ ୩୨ ହଜାର ୫ଶହ ଟଙ୍କା ଜବତ କରାଯାଇଛି। ଗତ କିଛି ଦିନ ହେଲା ଏହି ଘରେ ଜୁଆ ଖେଳ ଚାଲୁଥିଲା। ବହୁ ଶିଳ୍ପପତି, ସମ୍ଭ୍ରାନ୍ତ ପରିବାରର ଲୋକେ ଆସି ଜୁଆ ଖେଳୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/rkl-JUADI-ARRESTED-BY-RN-PALLLI-POLICE-2.jpg)