ପୁଣି ଦୁଷ୍କର୍ମ: ୭ ବର୍ଷୀୟ ନାବାଳିକାକୁ ଶିକାର ବନାଇଲା ୧୫ ବର୍ଷିଅ ନାବାଳକ

ରାଉରକେଲା: ବିଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଜନିତ ଘଟଣା ବଢ଼ିଛି। ଦୁଷ୍କର୍ମ ଜନିତ ମାମଲା ଅଭିଯୋଗ ଆସିବା ଫଳରେ ବହୁ ଅଭିଯୁକ୍ତ ପୁଲିସର ଫନ୍ଦାକୁ ଆସିଛନ୍ତି। କିନ୍ତୁ ଲାଭ କିଛି ହେଉନାହିଁ। ଦୁଷ୍କର୍ମୀମାନେ ନିଜର ଅଭ୍ୟାସ ବଦଳାଇ ପାରୁ ନଥିବାରୁ ପରବର୍ତ୍ତୀ ସମୟରେ ଜେଲର ଚାରିକାନ୍ଥ ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ ଶୁଣ୍ଢିକଣ ଅଞ୍ଚଳରେ ମଙ୍ଗଳବାର ପୁଣି ଜଣେ ନାବାଳିକାକୁ ଶିକାର ବନାଇଛି ନିଜ ଗାଁର ନାବାଳକ। ପରିବାର ଲୋକେ ବାହାରକୁ କାମଧନ୍ଦାରେ ଯାଇଥିବା ବେଳେ ଶିଶୁଶ୍ରମିକ ତଥା ୧୫ ବର୍ଷର ନାବାଳକ ଜଣକ ୭ ବର୍ଷର ନାବାଳିକାକୁ ଶିକାର ବନାଇଥିଲା। ପରିବାର ଲୋକେ ଘରକୁ ଫେରିବା ପରେ ନାବାଳିକା କାନ୍ଦୁଥିବାର ଦେଖିଥିଲେ। ପରେ ସମସ୍ତ ଘଟଣା ଜଣାପଡ଼ିଥିଲା।

ଥାନାରେ ଅଭିଯୋଗ ହେବା ପରେ ବଣାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ହସ୍ପିଟାଲ ପଠାଇଥିବା ବେଳେ ନାବାଳକୁ ଅଟକ ରଖିଛି। ନାବାଳକୁ ବୁଧବାର ଜୁଭେନାଇଲ କୋର୍ଟରେ ହାଜର କରାଯିବା ପରେ ରାଉରକେଲା ବାଳ ସୁଧାର କେନ୍ଦ୍ରକୁ ପଠାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର