ଚୋରା ବାଲି ବୋଝେଇ ଟ୍ରକ ଧକ୍କା, ଅବସରପ୍ରାପ୍ତ ସୈନିକ ଗୁରୁତର

ରାଉରକେଲା: ଚୋରା ବାଲି ବୋଝେଇ ଟ୍ରକ ଧକ୍କାରେ ସ୍କୁଟିରେ ଯାଉଥିବା ଅବସରପ୍ରାପ୍ତ ସୈନିକ ଗୁତୁର ଆହତ ହୋଇଛନ୍ତି। ପିସିଆର ଭ୍ୟାନ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଆଇଜିଏଚରେ ଭର୍ତ୍ତି କରିଛି। ଆଜି ଦିନ ପ୍ରାୟ ସାଢ଼େ ୧୧ଟାରେ ସେକ୍ଟର-୧୬, ଏ-୧୯୪ କ୍ବାର୍ଟର ପାର୍ଶ୍ୱ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା। ବାଲି ବୋଝେଇ ଟ୍ରକ ଜବତ କରି ସେକ୍ଟର-୧୫ ଥାନାକୁ ପୁଲିସ ନେଇଥିବା ସୂଚନା ରହିଛି। ଏଠାରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କି ଯେତେବେଳେ ସେକ୍ଟର-୧୬ ବାଲୁଘାଟ ପାଇଁ ଟେଣ୍ଡର ହୋଇନି କିମ୍ବା ବାଲି ଉତ୍ତୋଳନ ପାଇଁ କାହାରିକୁ ଅନୁମତି ଦିଆଯାଇନି ତଥାପି ବାଲି ଉଠୁଛି କେମିତି ? ବାଲି ମାଫିଆଙ୍କ ସହ ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଭିତିରିଆ ସଲାସୁତୁରା ନାହିଁ ତ ? ଏହି ଦୁର୍ଘଟଣା ପରେ ବାଲି ଲୁଟର ପର୍ଦାଫସ ହେଲା ସିନା, ହେଲେ ପ୍ରତ୍ୟେକ ଦିନ ଲୁଟ ବାଲିର ପରିମାଣ ଓ ରାଜସ୍ୱ କ୍ଷତିର ହିସାବ ଦେବ କିଏ ? ଏଭଳି ଅନେକ ପ୍ରଶ୍ନବାଚୀ ଏବେ ସୃଷ୍ଟି ହେଲାଣି।

ସମ୍ବନ୍ଧିତ ଖବର