କୋଇଡା: କୋଇଡା ଥାନା ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତ କାର୍ଯ୍ୟଳୟ ଠାରୁ ମାତ୍ର ୨୦୦ ମିଟର ଆଗକେ ମୁଣ୍ଡା ବସ୍ତିର ଶୌଚାଳୟର ସେଫ୍ଟି ଟାଙ୍କିରୁ ଏକ ନର କଙ୍କାଳ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପାଟମୁଣ୍ଡା ମୁଣ୍ଡା ବସ୍ତିରେ ଚନ୍ଦ୍ର ମୁଣ୍ଡା ଓ ତାଙ୍କ ସ୍ତ୍ରୀ ରଇବାରୀ ମୁଣ୍ଡା ଓ ପୁଅ ଗେଣ୍ଡେ ମୁଣ୍ଡା ବସବାସ କରନ୍ତି । ଗେଣ୍ଡେ ମୁଣ୍ଡାଙ୍କ କହିବା ଅନୁଯାୟୀ ସାତ ମାସ ତଳେ ମା’ର ଜ୍ବର ଯୋଗୁଁ ମୃତ୍ୟୁ ହୋଇଥିଲା। ମୃତକଙ୍କ ସ୍ବାମୀ ଗ୍ରାମବାସୀ ଙ୍କୁ ଅନ୍ତିମ ସଂସ୍କାର ପାଇଁ ଡାକିବାରୁ କୋଭିଡରେ ମରିଛି କହି କେହି ନ ଆସିବାରୁ ସ୍ବୟଂ ଟାଙ୍କିରେ ପକାଇ ଦେଇଥିଲେ ଏବଂ ପୁଅ ଗେଣ୍ଡେ ମୁଣ୍ଡା ଖବର ଦେଇଥିଲେ। ପରେ ପୁଅ ଆସି ମା’ର କ୍ରିୟାକର୍ମ କରିଥିଲେ। ଏହି କିଛି ଦିନ ହେବ କୌଣସି ବ୍ୟକ୍ତି ଟାଙ୍କି ଭିତରେ ଭାସୁଥିବା କଙ୍କାଳ ନଜର ଆସିବାରୁ ଗ୍ରାମରେ ଏକ ଚହଳ ହୋଇଥିଲା ଏବଂ କେହି ବ୍ୟକ୍ତି କୋଇଡା ଥାନାକୁ ଖବର ଦେଇଥିଲେ।
ଖବର ପାଇ କୋଇଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳକୁ ଜବତ କରିବା ସହିତ ରାଉରକେଲା ସାଇଣ୍ଟିଫିକ୍ ଟିମକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍ ଟିମ୍ ଓ କୋଇଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଙ୍କାଳ ଉଦ୍ଧାର କରି କଙ୍କାଳ ଯାଞ୍ଚ ନିମନ୍ତେ ପଠାଇବା ସହିତ ଘଟଣା ତଦନ୍ତ କରୁଥିବା ଥାନା ଅଧିକାରୀ ଲୋକେଶ୍ବର ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/download-12.jpg)