ଗୁରୁଣ୍ଡିଆ: ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ୍ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବ୍ଲକର ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡା ଗ୍ରାମରେ ସାପ କାମୁଡ଼ାରେ ୨ ଶିଶୁଙ୍କ ଜୀବନ ଯାଇଛି। ଜାଣିବାକୁ ମିଳିଛି ଯେ ଭାଦେଟୋଲI ଏସ୍କାର ଲାକଡାଙ୍କ ଦୁଇ ଶିଶୁଙ୍କୁ ଏକ ବିଷଧର ସାପ କାମୁଡ଼ାବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
ଖବର ଅନୁସାରେ, ଗତକାଲି ରାତି ୯ ଟାରେ ଖାଇପିଇ ସାରି ଭୂଇଁରେ କନ୍ଥା ବିଛାଇ ପିତାମାତା ଦୁଇ ପାର୍ଶ୍ୱରେ ଶୋଇଥିବା ବେଳେ ତିନି ଭାଇ ଭଉଣୀ ମଝିରେ ଶୋଇଥିଲେ l ରାତି ପାଖାପାଖି ୧୦ଟାରେ ଏକ ଚିତି ସାପ କାମୁଡ଼ିବାରୁ ମଝିରେ ଶୋଇଥିବା ଏର୍ନୁମ୍ ଲାକଡା (୬) ଇବଲୀନI ଲାକଡା (୯) ହଠାତ୍ ଉଠି ପଡିଥିଲେ ଓ କିଛି ଗୋଟିଏ କାମୁଡିଥିବା କହିଥିଲେ l ତାପରେ ସମେସ୍ତ ଘର ଭିତରେ କାମୁଡିଥିବା ଚିତି ସାପକୁ ଦେଖିଥିଲେ ଓ ତୁରନ୍ତ ଡାକ୍ତର ଦେଖାଇବା ପାଇଁ ୨ ଶିଶୁଙ୍କୁ ନେଇ ରାଉରକେଲା ଯାଇଥିଲେ ବାପାମାଆ। ଆମ୍ବୁଲାନ୍ସ ଯୋଗେ ରାଉରକେଲା ନେଇଥିଲେ ହେଁ ସକାଳ ୭ଟାରେ ସେମାନଙ୍କର ମୃତ୍ୟୁ ଘଟିଥିଲା l
ଏ ସମ୍ପର୍କରେ ସେମାନେ ଚାନ୍ଦିପୋଷ ଥାନାରେ ଜଣାଇଥିଲେ l ଆଜି ଶରୀର ବ୍ୟବଚ୍ଛେଦ କରାଯିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା l ଉଭୟ ଝକlଝରଣା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଓ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ l ତେବେ ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଥିଲେ ଷଷ୍ଠ ଶ୍ରେଣୀରେ ପଢୁଥିବା ଆପଲୀନା ଲାକଡା ଓ ପିତାମାତା l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)