ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ପୁଅର ଠେଙ୍ଗା ମାଡ଼ରେ ବାପାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଫୁଲଝର ଗ୍ରାମର ମଙ୍ଗଳ ମୁଣ୍ଡା (୪୦)। ଅଭିଯୁକ୍ତ ପୁଅ ହେଲେ ବାଜି ମୁଣ୍ଡା।

Advertisment

ଘରୋଇ ଘଟଣାକୁ ନେଇ ଉଭୟ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ପୁଅ ବାଜି ମୁଣ୍ଡା ରାଗି ଯାଇ ବାପାଙ୍କୁ ଏକ ଠେଙ୍ଗା ମାଡ଼ ମାରିଥିଲେ।  ଘଟଣାସ୍ଥଳରେ ଗୁରୁତର ବାପା ମଙ୍ଗଳ ମୁଣ୍ଡାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ପୁଅ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି। ତେବେ ମହୁଲପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।