ମା’କୁ ହତ୍ୟାକରି ପୁଅ ଫେରାର

ରାଉରକେଲା : ଏଲ୍‌ଆଇସି ଏଜେଣ୍ଟ୍‌ ସୁଜାତା ମହାପାତ୍ରଙ୍କୁ ନାରକୀୟ ହତ୍ୟାର ୪ ଦିନ ନଯାଉଣୁ ସେକ୍ଟର-୭ ଥାନା ଅଞ୍ଚଳରେ ପୁଣି ଏକ ବର୍ବର ହତ୍ୟାକାଣ୍ଡ ଘଟିଛି। ସାନ ପୁଅ ନିଜ ମା’ଙ୍କୁ ଅତି ଅମାନୁଷିକ ଭାବେ ପିଟି ପିଟି ମାରି ଦେବା ପରେ ମୃତ ଦେହକୁ ଘରେ ତାଲା ମାରି ଫେରାର ହୋଇଯାଇଛି। ନିହତ ମା’ ହେଲେ ବାଇ ପଞ୍ଚଭାୟା (୬୫) ଓ ଅଭିଯୁକ୍ତ ସାନ ପୁଅ ସନ୍ତୋଷ ଓରଫ ଶିବା (୩୫)। ଦୁଇ ଦିନ ପରେ ଘଟଣା ସାମ୍ନାକୁ ଆସିଥିବା ବେଳେ ଅନ୍ୟ ବସ୍ତିରେ ରହୁଥିବା ବଡ଼ ପୁଅ ଚିତ୍ତରଞ୍ଜନ ପଞ୍ଚଭାୟାଙ୍କ ଅଭିଯୋଗକ୍ରମେ ପୁଲିସ ଆଜି ବନ୍ଦ ଘରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିଲେ ବି ଟଙ୍କା ପାଇଁ ସନ୍ତୋଷ ଏଭଳି ନୃଶଂସ କାଣ୍ଡ ଘଟାଇଥିବା ପୁଲିସ ଅନୁମାନ କରିଛି।

ସମ୍ବନ୍ଧିତ ଖବର