ରାଉରକେଲା: ରାଉରକେଲା ପୁଲିସର ସ୍ବତନ୍ତ୍ର ଡ୍ରାଇଭ୍ର ଦ୍ବିତୀୟ ଦିନରେ ୮୨ ଜଣ ଅପରାଧୀଙ୍କ ଘରେ ଲଟ୍କା ଲଗାଯାଇଛି। ରାଉରକେଲା ପୁଲିସ ଜିଲ୍ଲା ଅଧୀନ​ରେ ଥିବା ସମସ୍ତ ଥାନା ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଉଛି। ସୂଚନାଯୋଗ୍ୟ, ଯେଉଁ ଅପରାଧୀ ବାରମ୍ବାର ନୋଟିସ୍ ସତ୍ତ୍ବେ ଥାନାରେ ହାଜର ହେଉନଥିଲେ ସେମାନଙ୍କ ବି​ରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କୁ ପାନପୋଷ ଏସ୍ଡିଜେଏମ୍ କୋର୍ଟ ତରଫରୁ ପଳାତକ ଅପରାଧୀ ଘୋଷଣା କରାଯାଇଛି। ସେମାନଙ୍କ ଘର ଆଖପାଖ ଅଞ୍ଚଳରେ ପାରମ୍ପରିକ ଢଙ୍ଗରେ ବାଜାବଜାଇ ପଳାତକ ଘୋଷଣା କରାଯିବା ସହ ଅପରାଧୀଙ୍କ ଘରେ ଏକ ନୋଟିସ୍ ଲଗାଯାଇଛି। ଅପରାଧୀମାନଙ୍କୁ ୧୫ ଦିନରେ କୋର୍ଟରେ ହାଜର ହେବାକୁ କହାଯାଇଛି। ୧୫ ଦିନରେ ହାଜର ନହେଲେ ତାଙ୍କର ସମସ୍ତ ସ୍ଥାବର/ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ଚେତାବନୀ ଦିଆଯାଇଛି।
୮୨ ପଳାତକ ଅଭିଯୁକ୍ତଙ୍କ ଘରେ ଲାଗିଲା ଲଟ୍କା
ରାଉରକେଲା ପୁଲିସର ସ୍ବତନ୍ତ୍ର ଡ୍ରାଇଭ୍ର ଦ୍ବିତୀୟ ଦିନରେ ୮୨ ଜଣ ଅପରାଧୀଙ୍କ ଘରେ ଲଟ୍କା ଲଗାଯାଇଛି। ରାଉରକେଲା ପୁଲିସ ଜିଲ୍ଲା ଅଧୀନରେ ଥିବା ସମସ୍ତ ଥାନା ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଉଛି।
/sambad/media/media_files/2024/11/30/srHU8iZcZMAgftAxDzZi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)