ରାଉରକେଲା: ଆସନ୍ତା ୭ ଓ ୮ ତାରିଖରେ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଗତକାଲିରାତି ପ୍ରାୟ ୯ଟା ୫୦ ମିନିଟ୍‌ରେ ପ୍ରଥମ ସ୍ବତନ୍ତ୍ର ପୁରୀ ରଥଯାତ୍ରା ଟ୍ରେନ୍‌ ରାଉରକେଲା ଷ୍ଟେସନରୁ ବାହାରିଛି। କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ରଘୁନାଥପାଲୀ ବିଧାୟକ ଦୁର୍ଗା ତନ୍ତୀ ଓ ରେଳବାଇର ବରିଷ୍ଠ ଅଧିକାରୀ ପତାକା ଦେଖାଇ ଟ୍ରେନ୍‌କୁ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍‌ରେ ମୋଟ ୧୭ଟି କୋଚ୍‌ ରହିଛି। ଭୋର ପ୍ରାୟ ୪ଟା ୪୫ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିଥିବା ଜଣାଯାଇଛି।

Advertisment

ଏହି ‌ଟ୍ରେନ୍‌ ଟ୍ରେନ୍‌ ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ବନ୍ଧମୁଣ୍ଡା, ବିଶ୍ରା, ବାଲୁଲତା, ଜରେଇକେଲା, ମନୋହରପୁର, ଘାଘରା, ପୋଶେଇତା, ଡେରୱାନ୍‌, ମହାଦେବସାଲ, ଗୋଏଲକେରା, ଟୁନିଆ, ସୋନୁଆ, ଲୋଟାପାହାଡ, ଚକ୍ରଧରପୁର, ବଡବାମ୍ବୋ, ପାଣ୍ଡ୍ରାସାଲି, ଚାଇବସା, ସିଂହପୋଖରିଆ, ଝିଙ୍କପାଣି, ତାଲାବୁରୁ, କେନ୍ଦୁପୋଷ, ମଳୁକା, ଡାଙ୍ଗୋଆପୋଷି, ଦେଓଝର, ମୁର୍ଗା ମହାଦେବ ରୋଡ, ବାଂଶପାଣି ଓ ଜରୋଲି ଆଦି ଷ୍ଟେସନରେ ରହିଥିଲା। ଆଜି (ଶନିବାର) ପୂର୍ବାହ୍ନ ସାଢ଼େ ୧୧ଟାରେ ଦ୍ବିତୀୟ ସ୍ବତନ୍ତ୍ର ଟ୍ରେନ୍‌ ରାଉରକେଲା ଷ୍ଟେସନରୁ ପୁରୀ ଅଭିମୁଖେ ବାହାରିବ। ଏଥିରେ ୨ଟି ଏସ୍‌ପି ଓ ୮ଟି ସ୍ଲିପ୍‌ର କୋଚ୍ ରହିଛି।