ଖୋର୍ଦ୍ଧାରେ ୧୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତ‌େ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ  ୩୨୫୨ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ  ୧୨୬୫ ଜଣ ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୯୮୭ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କେତେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୧୭,୪୫୬ ଥିବା ବେଳେ ଖୋର୍ଦ୍ଧାରେ ୧୫,୪୬୨, କଟକରେ ୭,୭୦୯, ଗଜପତିରେ ୨୮୩୨, ଯାଜପୁରରେ ୩,୬୫୨, ବାଲେଶ୍ବରରେ ୩,୪୫୯, ଜଗତସିଂହପୁର ଜିଲ୍ଲାରେ୧,୭୦୩, ପୁରୀରେ ୩,୩୩୬, କେନ୍ଦ୍ରାପଡ଼ାରେ ୧,୫୮୨, ଭଦ୍ରକ ଜିଲ୍ଲାରେ ୨,୫୪୫, ସୁନ୍ଦରଗଡ଼ରେ ୪,୩୦୯, ବଲାଙ୍ଗୀରରେ ୧,୭୫୧, କନ୍ଧମାଳରେ୨,୧୨୬, ମୟୂରଭଞ୍ଜରେ ୩,୦୭୮, କୋରାପୁଟରେ ୩,୨୩୯, ନୟାଗଡ଼ରେ ୨,୮୬୬, କେନ୍ଦୁଝରରେ ୧୭୬୫, ନୂଆପଡ଼ାରେ ୪୦୭, ଝାରସୁଗୁଡ଼ାରେ ୧,୧୧୩ ଢେଙ୍କାନାଳରେ ୧,୫୧୧, କଳାହାଣ୍ଡିରେ ୧,୨୩୦, ବରଗଡ଼ ଜିଲ୍ଲାରେ ୧,୯୪୩, ଅନୁଗୁଳରେ ୮୧୨, ମାଲକାନଗିରିରେ ୨,୨୪୪, ସମ୍ବଲପୁରରେ ୨,୬୪୩, ରାୟଗଡ଼ାରେ ୪,୬୬୫, ବୌଦ୍ଧରେ ୬୦୦, ସୋନପୁର ଜିଲ୍ଲାରେ ୬୩୩, ଦେବଗଡ଼ ଜିଲ୍ଲାରେ ୨୦୨ ଓ ନବରଙ୍ଗପୁର ଜିଲ୍ଲାରେ ୧,୦୨୯ରେ ପହଞ୍ଚିଛି।


୩୨୫୨ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୯୭୯୨୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୯,୫୭୧ ଥିବାବେଳେ ୬୭,୮୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୦୩ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୧୬୭୦୯୧୦ଟି କରୋନା ପରୀକ୍ଷା କରାଯାଇଛି ।

ସମ୍ବନ୍ଧିତ ଖବର