ସ୍ଵାଧୀନତା ଦିବସରେ ଉତ୍କଳ ଗୌରଵଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ ଜ଼ିଲ୍ଲା ଓକିଲ ସଂଘ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି।  ଜ଼ିଲ୍ଲା ଓକିଲ ସଂଘ ସଭାପତି ସୁକାନ୍ତ କୁମାର ମହାପାତ୍ର ପତାକା ଉତ୍ତୋଳନ କରିବା ସହ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଅଶୋକ କୁମାର ସ୍ୱାଇଁ, ଉପସଭାପତି ନରେଶ କୁମାର ନାଏକ, ଯୁଗ୍ମ ସମ୍ପାଦକ ପ୍ରଣବ କୁମାର ହାତୀ, କୋଷାଧକ୍ଷ ରବୀନ୍ଦ୍ର କୁମାର ମାଳି, ଏକଜ୍ୟୁଟିଭ୍ ବଡ଼ି ସଦସ୍ୟ ସତ୍ୟଜିତ ନାଏକ, ପ୍ରେମ କୁମାର, ଗୌତମ ହାତୀ, ସତ୍ୟଜିତ ପଣ୍ଡା, ୱେଲଫେର କମିଟି ସଦସ୍ୟ ରଘୁନାଥ ପଣ୍ଡା, ଅଞ୍ଜନା ସାହୁ, ଆଇନଜୀବୀ ସୁରେନ୍ଦ୍ର ନାରାୟଣ ନାଏକ, ପ୍ରଦୀପ ମହାପାତ୍ର, ଅରୁଣ କୁମାର ପଟେଲ, ନନ୍ଦଲାଲ ପଟେଲ, ବୁଧଦେବ ନାଏକ, ଅଶୋକ ନାଏକ, ପ୍ରଭାତ ଚୌଧୁରୀ, ବିକାଶ ନାଏକ, ଉମାଶଙ୍କର ପଟେଲ, ମନୋଜ କୁମାର ମହାରଣା, ପ୍ରଣବ କୁମାର ସିଂହ, ନରସିଂହ କିସାନ, ସଞ୍ଜୟ ମାଝି, ଗଜେନ୍ଦ୍ର ପାତ୍ର, ଯୋଗେନ୍ଦ୍ର ପାତ୍ର, ସୁଶାନ୍ତ କୁମାର ପାଣ୍ଡେ, ସୁଶାନ୍ତ ସେଠୀ, ଗଣେଶ ନାଏକ, ନିହାର ରଞ୍ଜନ ରଥ, ଚତୁର୍ଭୁଜ ନାଏକ, ଦେବାଶିଷ ହୋତା, ପ୍ରତିମା ମିଶ୍ର, ପ୍ରଭାତୀ ଯୋଶୀ, ସୁପ୍ରଭା ପଟେଲ, ନମିତା କାନୁନଗୋ, ତନୁଜା ମହାନ୍ତି, ବବିତା ସୁନ୍ଦରୀ ଦାସ, ବାସନ୍ତୀ ବାରିକ, ଗୀତାଞ୍ଜଳି ପଟେଲ, ସୁନୀତା ପଟେଲ, କଳ୍ପନା ମିଶ୍ର, ସମିତା ମହାପାତ୍ର, ତୃପ୍ତି ନାଏକ ସମେତ ଜ଼ିଲ୍ଲା ଓକିଲ ମୋହରିର ସଂଘର ପ୍ରଦୀପ ଗୁରୁ, ଦିଲୀପ କାଲୋ ଓ ଭୋଳେଶ୍ଵର ନାଏକ ପ୍ରମୁଖ ଯୋଗ ଦେଇଥିଲେ l

ସମ୍ବନ୍ଧିତ ଖବର